Spread the love

ଭୁବନେଶ୍ୱର: ଓଡ଼ିଶାକୁ ଫୁଡ୍‌ ପ୍ରୋସେସିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ। ଏଥିପାଇଁ ନୂଆଦିଲ୍ଲୀରେ ଆୟୋଜନ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’। ଜାତୀୟ ସ୍ତରରେ ନିବେଶକ ଏବଂ ଶିଳ୍ପପତିଙ୍କୁ ଭେଟିଲେ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଡ ନିବେଶ ଆଣିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେ ଆହୁରି କହିଛନ୍ତି, ବ୍ଲ୍ୟୁ ଇକୋନୋମିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ଓଡିଶାକୁ ଫୁଡ ପ୍ରୋସେସିଂ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ। ୫୭୫ କିମି ଦୀର୍ଘ ସମୁଦ୍ର ଉପକୂଳ ଅଛି, ବ୍ଲ୍ୟୁ ଇରୋନୋମିକକୁ ଗୁରୁତ୍ୱ ଦେଉଛୁ । ରେଲୱେ , ପୋର୍ଟ ମାଧ୍ୟମରେ ରପ୍ତାନୀ ସୁବିଧା ଦେବୁ । କୋରାପୁଟ କଫି ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ସରକାରଙ୍କ ଶିଳ୍ପନୀତି ଓ ନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। କୃଷିଜାତ ଉତ୍ପାଦ, ସାମୁଦ୍ରିକ ସମ୍ପଦ, ଫଳ, ପନିପରିବା, ମିଲେଟ୍ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ବିପୁଳ ସମ୍ଭାବନା ରହିଛି।

ଏହି ସମ୍ଭାବନାକୁ ନିବେଶକଙ୍କ ସାମ୍ନାରେ ଉପସ୍ଥାପନ କରି ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ବୃଦ୍ଧି କରିବା ହେଉଛି ରୋଡ୍ ଶୋ’ର ମୂଳ ଉଦ୍ଦେଶ୍ୟ। ରାଜ୍ୟ ସରକାରଙ୍କ ଲକ୍ଷ୍ୟ କେବଳ ନିବେଶ ଆଣିବା ନୁହେଁ, ବରଂ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଫୁଡ୍ ପ୍ରୋସେସିଂ ହବ୍ ଭାବେ ଗଢ଼ି ତୋଳିବା। ଏହାଦ୍ୱାରା କୃଷକଙ୍କ ଉତ୍ପାଦର ମୂଲ୍ୟ ସଂଯୋଜନ, ଯୁବକ-ଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ଏବଂ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

Leave a Reply

Your email address will not be published. Required fields are marked *