Spread the love

କୋଲକାତା : ଆତଙ୍କୀଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଶୁଭେନ୍ଦୁ ଅଧିକାରୀଙ୍କୁ ଟ୍ରାକ କରୁଥିଲା ଜୈଶ-ଏ-ମହମ୍ମଦ ଅପରେଟିଭ୍। ଆତଙ୍କୀ ଲିଙ୍କରେ ପଶ୍ଚିମବଙ୍ଗ STF ଦ୍ୱାରା୨୪ ବର୍ଷୀୟ ଯୁବକ ହମିମ୍ ମଣ୍ଡଳ ଗିରଫ। ଜୈଶ-ଏ-ମହମ୍ମଦ ସଙ୍ଗଠନ ସହ ରହି ଶୁଭେନ୍ଦୁଙ୍କ ଗତିବିଧିକୁ ଟ୍ରାକ୍ କରୁଥିବାର ତଥ୍ୟ ସାମ୍ନାକୁ ଆସିଛି। STF ଟିମ୍ ବର୍ଦ୍ଧମାନର ଏକ ଜିମରୁ ହମିମ୍ ମଣ୍ଡଳକୁ କାବୁ କରିଛି।

ପୋଲିସର ସୂଚନା ଅନୁଯାୟୀ, ହମିମ୍ ଓ ତାର ପରିବାର ପ୍ରାୟ ତିନି ମାସ ପୂର୍ବରୁ ବର୍ଦ୍ଧମାନର ଏକ ଆପାର୍ଟମେଣ୍ଟକୁ ଆସିଥିଲେ। କୋଲକତାର ଏକ ଆଇଟି କମ୍ପାନୀରେ କାମ କରୁଥିବା ପଡ଼ୋଶୀଙ୍କୁ କହିଥିଲା ହମିମ। ସେହି କମ୍ପ୍ଲେକ୍ସରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ରହୁଥିବା ମଧ୍ୟ ଜଣାପଡ଼ିଛି।

ବର୍ଷେ ପୂର୍ବରୁ ହମିମ୍ ସୋସିଆଲ ମିଡିଆ ଜରିଆରେ ପାକିସ୍ତାନ ପ୍ରାୟୋଜିତ ଶାହଜାଦ ଭାଟି-ଅଜମଲ ଗୁଜ୍ଜର ଗ୍ୟାଙ୍ଗ୍ ସଂସ୍ପର୍ଶରେ ଆସିଥିଲା । ଏହା ସହ ଜୈଶ-ଏ-ମହମ୍ମଦ ମଧ୍ୟ ସହ ଜଡ଼ିତ ଥିଲା। ହମିମ ପୂର୍ବରୁ ନ୍ୟୁଟାଉନରେ ଏକ ଭଡ଼ାଘରେ ରହୁଥିବାବେଳେ ଚିନାର ପାର୍ଟ ଅଞ୍ଚଳରେ ସୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ତଦନ୍ତରୁ ସୂଚନା ମିଳିଛି। ପୋଲିସ ହମିମଙ୍କ ଫୋନ ରେକର୍ଡରୁ ଆତଙ୍କୀ ଲିଙ୍କର ଅଧିକ ଖୋଳତାଡ଼ କରୁଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *