Spread the love

ଭୁବନେଶ୍ୱର : ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାର ସମୟ ସୀମାକୁ ୧୫ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍. ଗୋପାଳନ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୧୯ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବାରୁ ସରକାରୀ ଯନ୍ତ୍ରଣା ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ବ୍ୟସ୍ତ ରହିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ଅଗଷ୍ଟ ୪ରୁ ବଢ଼ାଇ ଅଗଷ୍ଟ ୧୯ କରାଯାଇଛି। ସେହିପରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ତାରିଖ ସେପ୍ଟେମ୍ବର ୬ ପରିବର୍ତ୍ତେ ସେପ୍ଟେମ୍ବର ୨୧ ଧାର୍ଯ୍ୟ କରାଯାଇଛି।

ଏସ୍. ଗୋପାଳନ କହିଛନ୍ତି, ବୁଥ୍ ଲେଭେଲ୍ ଅଫିସର (BLO)ମାନଙ୍କୁ ଯୋଗ୍ୟ ଭୋଟରଙ୍କଠାରୁ ଫର୍ମ ସଂଗ୍ରହ କରିବା ସହ ଦାବି ଓ ଆପତ୍ତିର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୫ ଭୋଟର ତାଲିକାରେ ଥିବା ପ୍ରାୟ ୧୨ ଲକ୍ଷ ଭୋଟରଙ୍କ ନାମ ୨୦୦୨ ତାଲିକା ସହ ମେଳ ନ ଖାଇବାରୁ ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଏହାଛଡ଼ା ପ୍ରାୟ ୪୬ ଲକ୍ଷ ଭୋଟରଙ୍କ ତଥ୍ୟରେ ତ୍ରୁଟି ଚିହ୍ନଟ ହୋଇଛି। ତେବେ ଏହି ଭୋଟରଙ୍କ ନାମ ବାଦ ପଡ଼ିବ ନାହିଁ; କେବଳ ତଥ୍ୟ ସଂଶୋଧନ କରାଯିବ। କେବଳ ଅଯୋଗ୍ୟ ଥିବା ପ୍ରମାଣିତ ହେଲେ ମାତ୍ର ଭୋଟର ତାଲିକାରୁ ନାମ ବାଦ ଦିଆଯିବ।

Leave a Reply

Your email address will not be published. Required fields are marked *