Spread the love

କୋଇଡା:ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ୨ ମୃତ । କୋଇଡା ବନାଞ୍ଚଳରେ ଓ ବୀରମିତ୍ରପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା (୬୦) ଓ ତାଙ୍କ ଝିଅ, ନାତୁଣୀ ନିଜ ଘରୁ ପରିସ୍ରା କରିବାକୁ ବାହାରୁଥିବା ବେଳେ ଏକ ଦନ୍ତା ହାତୀ ହଠାତ୍ ସାମ୍ନାକୁ ଆସିଥିଲା। ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡ଼ିବାକୁ ଚେଷ୍ଟା କରିଥିଲେ, ହେଲେ ସମ୍ବାରୀ ସେଠାରୁ ଯାଇପାରିନଥିଲେ । ଫଳରେ ହାତୀ ଟାଣି ଆଣି ଦଳି ଦେଇଥିଲା ଓ ତାଙ୍କ ଝିଅ ବାଲମା ଝୁଣ୍ଟି ଯାଇ ଆହତ ହୋଇଥିଲେ । ଲୋକେ ଦେଖିବା ପରେ ଦନ୍ତାକୁ ଘଉଡ଼ାଇ ସହ ସମ୍ବାରୀଙ୍କୁ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ବୀରମିତ୍ରପୁରର କୁସୁମଟୋଲିରେ ପ୍ରାତଃଭ୍ରମଣ କରୁଥିବା ବେଳେ ଜଣଙ୍କର ଜୀବନ ନେଇଛି ହାତୀ। ମୃତକ ହେଲେ ରାମଚନ୍ଦ୍ର ଗୌଡ଼। ଭୋର ପ୍ରାୟ ପାଞ୍ଚଟା ସମୟରେ ଓଲ୍ଲାଣି କୁସୁମଟୋଲି ବସ୍ତିର ରାମଚନ୍ଦ୍ର ଗୌଡ଼ ବାହାରକୁ ଯାଇଥିବା ବେଳେ ସେ ଜଙ୍ଗଲୀ ହାତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ତୀକୁ ଦେଖି ରାମଚନ୍ଦ୍ର ସେଠାରୁ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିଥିଲେ ବି ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଇ ପାଦରେ ଦଳି ଦେଇଥିଲା।ଘଟଣା ସ୍ଥଳରେ ହିଁ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *