ଡେଲାଙ୍ଗ:ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି । ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ଦେଖିଥିଲେ । ଏପରି ଘଟଣା ଘଟିଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି ।