Spread the love

ଭୁବନେଶ୍ଵର: ପୁସ୍ତକ ତ୍ରୁଟିକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ବିରୋଧୀ । ୭ ଦିନରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେଲେ ରାସ୍ତାକୁ ଓହ୍ଲାଇବାକୁ ଦେଇଛନ୍ତି ଧମକ। ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଏପଟେ ବିଜେଡି ମଧ୍ୟ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିଛି । ଯାହାର ଜବାବ ରଖିଛି ବିଜେପି ।

ତୁଟୁନି ପୁସ୍ତକ ତୃଟି ବିବାଦ । ରାଜ୍ୟ ସରକାରଙ୍କ ବଡ ଆକ୍ସନ ପରେ ମଧ୍ୟ ଥମୁନି ରାଜନୀତି । ଗତକାଲି କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟରେ ମୁଣ୍ଡ ଟେକିଲା ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି । ଏମିତି କି କଂଗ୍ରେସ ତରଫରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ୭ ଦିନର କଣ୍ଟ ଦିଆଯାଇଛି । ଏହା ଭିତରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନ ଦେଲେ ଦଳ ଓଡ଼ିଶା ବନ୍ଦ କରିବ ବୋଲି ଚେତାବନି ଦେଇଛନ୍ତି ପିସିସି ସଭାପତି ।

ସେ କହିଛନ୍ତି, ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ। ରାଜ୍ୟରେ ମଧ୍ୟ ଜେନ ଜି ଆନ୍ଦୋଳନ ଆରମ୍ଭ ହେଲେ ଆନ୍ଦୋଳନର ସବୁ ଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି କହିଛନ୍ତି । ସେହିପରି ବିଜେଡି ମଧ୍ୟ ସମାନ ଦାବିକୁ ଦୋହରାଇଛି । ଦଳ କହିଛି,କେନ୍ଦ୍ର ପରି ରାଜ୍ୟର ମନ୍ତ୍ରୀ ମଧ୍ୟ ତୁରନ୍ତ ଇସ୍ତଫା ଦେବା ଉଚିତ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଯାଏଁ ବହି ତ୍ରୁଟି ଦେଖାଦେଲା । ହେଲେ ଏହାକୁ ସରକାରଙ୍କ ଖାତିର ନାହିଁ । ଏତେ ବଡ଼ ଭୁଲ କେବେ ଓଡ଼ିଶାରେ ହୋଇ ନଥିଲା। ଏହାର ଉତ୍ତର ଦାୟିତ୍ୱ ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଉଚିତ ।

ସେପଟେ ବିରୋଧିଙ୍କ ଅଭିଯୋଗ ପରେ ତାଙ୍କୁ ଆଇନା ଦେଖାଇଛି ବିଜେପି। ଗୋଦାରୀ ଲୋ, ଗୋଡ଼କୁ ଅନା କହି ବିରୋଧୀଙ୍କୁ କଡା ଟାର୍ଗେଟ କରିଛି ଶାସକ ଦଳ । ପୂର୍ବରୁ ରାଜ୍ୟରେ ଓ କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ବିଭିନ୍ନ ଘଟଣାକୁ ମନେ ପକାଇ ବର୍ଷିଛି ବିଜେପି । ସେତେବେଳେ ନୈତିକତା କେଉଁଠି ଥିଲା ବୋଲି ପାଲଟା ପ୍ରଶ୍ନ କରିଛି। କଂଗ୍ରେସ କ୍ଷମତାରେ ଥିବା ବେଳେ ରାଜ୍ୟରେ ପ୍ରତିବର୍ଷ ପ୍ରଶ୍ନପତ୍ର ଲିକ୍ ହେଉଥିଲା, ସେମିତି ବିଜେଡି ସମୟରେ ବି ଅନେକ ବୃତ୍ତିଗତ ପରୀକ୍ଷା ଅନିୟମିତତା ଘଟିଥିବା ବିଜେପି କହିଛି।

ବିଜେଡି ସରକାରରେ ନବୀନଙ୍କ ଭାବମୂର୍ତି ବଞ୍ଚାଇବାକୁ ମନ୍ତ୍ରୀମାନଙ୍କୁ ଇସ୍ତାଫା ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି । ରାଜ୍ୟରେ ପୁସ୍ତକ ତୃଟିକୁ ନେଇ ବିରୋଧି ସରକାରଙ୍କୁ ଲଗାତର ଘେରୁଥିବା ବେଳେ ସରକାର ମଧ୍ୟ ଦୋଷୀଙ୍କୁ ଧରିବା ପାଇଁ ଧରପକଡକୁ ଜୋରଦାର କରିଛନ୍ତି । କିଛି ଦିନ ହେଲା ଏହାକୁ ନେଇ ରାଜନୀତି ଥମିଥିବା ବେଳେ ପୁଣି ତେଜିଛି।

Leave a Reply

Your email address will not be published. Required fields are marked *