Spread the love

ଫୁଲବାଣୀ: ଫୁଲବାଣୀ ସଦର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କଲା ପୋଲିସ । ଏକ ହାଇୱାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହାଇୱାକୁ ମଧ୍ୟ ଜବତ କରିଛି ପୋଲିସ ।

ପୂର୍ବରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡୁକୁମ୍ପା ଦ୍ୱାରପାଳ ମନ୍ଦିର ନିକଟରେ ପୋଲିସ ଜଗି ରହିଥିଲା । ହାଇୱା ପହଞ୍ଚିବା ପରେ ପୋଲିସ ମାଡି ବସିଥିଲା ।

ଯାଞ୍ଚ ବେଳେ ହାଇୱା ଭିତରୁ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ରହିଛି । ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେନେଇ ତନାଘନା ଆରମ୍ଭ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *