ଭୁବନେଶ୍ୱର : ଅନଲାଇନରେ ମିଳିବ କ୍ଷତିପୂରଣ ରାଶି । କମ୍ ଏବଂ ବେଶି ବର୍ଷା ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ଜିଲ୍ଲାପାଳ କ୍ଷତିଗ୍ରସ୍ତଙ୍କ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ରଖିବେ । ଏହା ପରେ ଅନଲାଇନରେ କ୍ଷତିପୂରଣ ରାଶି ଯିବ ବୋଲି କହିଛନ୍ତି ସୁରେଶ ପୂଜାରୀ । ଚାଷ ଆରମ୍ଭରୁ କ୍ଷତି ହେଲେ କ୍ଷତିପୂରଣ ରାଶି ଦିଆଯିବ । ବ୍ଳକର ଗୋଟେ ଘର କି ଗୋଟେ ଲୋକ କ୍ଷତି ସହିଥିଲେ ବି କ୍ଷତିପୂରଣ ଦିଆଯିବ । କେହି ବାଦ ପଡିବେନି ବୋଲି କହିଛନ୍ତି ସୁରେଶ । ଗତସପ୍ତାହ ଭିତରେ ଅନେକ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ବଲାଙ୍ଗୀର, କଟକ ଓ ଉପକୂଳରେ ଚାଷ ଜମି ପ୍ରଭାବିତ ହୋଇଛି । ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେଇ ଖାଦ୍ୟ ଦିଆଯାଇଛି । କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ମଧ୍ୟସ୍ଥ ବିନା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ରାଶି ପଠାଯିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନେ ଶୀଘ୍ର ସହାୟତା ପାଇବେ ଏବଂ ଆଗାମୀ ଚାଷ ପାଇଁ ସେମାନଙ୍କୁ ଆର୍ଥିକ ସହଯୋଗ ମିଳିବ ବୋଲି ଆଶା କରାଯାଉଛି ।