ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନର ସୋୟବଲି ଜଙ୍ଗଲ ନିକଟ ରାସ୍ତାରେ ଜଣେ ବାଇକ୍ ଆରୋହୀଙ୍କୁ ହାତୀ ଆକ୍ରମଣ କରି ମୃତ୍ୟୁ ଘଟାଇ ଥିବା ଜଣାପଡିଛି। ମୃତକ ହେଲେ ସେରେଣ୍ଡ। ଗ୍ରାମ ପଞ୍ଚାୟତର ସୋୟବଲି ଗ୍ରାମର ଚିନ୍ତାମଣି ପାତ୍ର(୫୫) ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୭.୧୫ ମିନିଟ ସମୟରେ ଚିନ୍ତାମଣି ନିଜ ଟିଭିଏସ ଲୁନା ଯୋଗେ କାର୍ଯ୍ୟ କରୁଥିବା କାଶିଆ ସ୍ଥିତ ଏକ ପ୍ଲାଣ୍ଟକୁ ଯାଉଥିଲେ । ଉକ୍ତ ଜଙ୍ଗଲରୁ ହାତୀଟି ବାହାରି ରାସ୍ତାରେ ଯାଉଥିବା ଚିନ୍ତାମଣିଙ୍କୁ ପ୍ରଥମେ ଘୋଷାଡ଼ି ନେଇ ଥିଲ।। ଏହି ସମୟରେ ସେହି ରାସ୍ତା ଦେଇ ଜଗିଙ୍ଗ୍ କରୁଥିବା ଯୁବକ ରାଉତୁ ମୁଣ୍ଡା ଚିନ୍ତାମଣିଙ୍କୁ ହାତୀ କବଳରୁ ଟାଣି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ହେଁ ତାଙ୍କୁ ମଧ୍ୟ ହାତୀଟି ଦୌଡ଼ାଇବାରୁ ସେ ଛାଡ଼ି ନିଜ ଜୀବନ ରକ୍ଷା କରିଥିଲେ। ହାତୀଟି ତାଙ୍କ ସମ୍ମୁଖରେ ହିଁ କଚାଡ଼ି ମାରି ଦେଇଥିବା ସେ ପ୍ରକାଶ କରିଛନ୍ତି। ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଚିନ୍ତାମଣିଙ୍କୁ ଉଠାଇ ବଡ଼ବିଲ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବନ କର୍ମଚାରୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।