ସୁନିତା ଖାଇବାକୁ ଦେବାରେ ବିଳମ୍ବ ହେବାରୁ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୟ ଘରେ ପଡ଼ିଥିବା ଏକ ଭଙ୍ଗା ଟାଇଲ୍‌ରେ ସୁନିତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ସୁନିତା ବେହୋସ ହୋଇ ପଡ଼ିଯିବା ପରେ ସଞ୍ଜୟ ଟାଇଲ୍‌ରେ ଛେଚି ହତ୍ୟା କରିଥିଲା। ପରେ ଘରୁ ଯାଇ ନିକଟସ୍ଥ ହସ୍ପିଟାଲ୍‌ ପାଖରେ ରାତିସାରା ଲୁଚି ବସିଥିଲା। ଦୁଇଝିଅ ଅନ୍ୟ ଘରେ ଜେଜେ ମା’ଙ୍କ ପାଖରେ ଶୋଇଥିବାରୁ ହତ୍ୟାକାଣ୍ଡ ସମ୍ପର୍କରେ କିଛି ଜାଣିପାରିନଥିଲେ। ଆଜି ସକାଳେ ଦୁଇ ଝିଅ ଓ ସଞ୍ଜୟର ମା’ ସୁନିତାର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଏବଂ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶବ ଜବତ କରିବା ସହ ହତ୍ୟାକାରୀ ସ୍ବାମୀକୁ ଧରି ଥାନାକୁ ଆଣିଥିଲା। ପରିବାରର ପରାମର୍ଶ ଅନୁଯାୟୀ ୬ ବର୍ଷ ଓ ସାଢ଼େ ୩ ବର୍ଷର ଦୁଇ ଝିଅଙ୍କୁ ସିଡବ୍ଲ୍ୟୁସି ଜରିଆରେ ଚାଇଲ୍‌ଡ ଲାଇନ୍‌ରେ ରଖାଯିବ ବୋଲି ପୁଲିସ କହିଛି।