Spread the love

ଜଳେଶ୍ୱର : ୯ ଦିନ ପରେ ଠାବ ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଅଛନ୍ତି । ଗତ ଜୁଲାଇ ୨ ତାରିଖରୁ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ଦୀର୍ଘ ୯ ଦିନ ପରେ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଇଲିଶି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ଟ୍ରଲରଟି ପଶ୍ଚିମବଙ୍ଗର କାକଦ୍ୱୀପ ନିକଟରେ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ଚଢ଼ରେ ଲାଗି ଅଟକି ଯାଇଥିଲା । ଫଳରେ ଟ୍ରଲରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହାକୁ ନେଇ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ତେବେ ଟ୍ରଲରରେ ଥିବା ସମସ୍ତ ୧୫ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ନିଶ୍ଚିତ ହୋଇଛି ।

ସୂଚନା ଅନୁସାରେ ଜୁଲାଇ ୩ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ସାମୂଦ୍ରିକ ଝଡ ସମ୍ପର୍କରେ ସତର୍କ ସୂଚନା ଜାରି କରାଯିବା ସହିତ ସମୂଦ୍ରରେ ଥିବା ଟ୍ରଲର ଗୁଡିକୁ କୂଳକୁ ଫେରି ଆସିବା ପାଇଁ ସୂଚନା ଦିଆଯାଇଥିଲା । ସତର୍କ ବାର୍ତ୍ତା ପରେ ଅଧିକାଂଶ ଟ୍ରଲର କୂଳକୁ ଫେରି ଆସିଥିବା ବେଳେ ମା କାଳୀ ନାମକ ଟ୍ରଲର କୂଳକୁ ଫେରି ନଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ମଧ୍ଯ ବିଚ୍ଛିନ୍ନ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *