Spread the love

କାମାକ୍ଷାନଗର: ଚିକିତ୍ସା ନକରି ଜୀବିତ ରୋଗୀଙ୍କୁ ମୃତଘୋଷଣା କଲେ ଡାକ୍ତର । ଅଭିଯୋଗ ଆଣିଲେ ପରିବାର ଲୋକ । କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଘଟିଛି ଅଭାବନୀୟ ଘଟଣା ।  ଜୀବିତ ରୋଗୀଙ୍କୁ ଚିକିତ୍ସା ନକରି ମୃତ ଘୋଷଣା କଲେ ଡାକ୍ତର ।  ଅଭିଯୋଗ ପରେ ରୋଗୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ପରିବାର ଲୋକ ।

ପରଜଙ୍ଗ ଥାନା ବସୁଲେଈ ଗାଁର ଚୈତନ୍ୟ ପରିଡା ଜାମୁକୋଳି ଗଛରେ ଚଢି କୋଳି ତୋଳୁଥିବା ବେଳେ ଅସାଵଧାନତ କାରଣରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ରୋଗୀ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କାମାକ୍ଷାନଗର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଡାକ୍ତର ଚିକିତ୍ସା ନକରି ମୃତ ଘୋଷଣା କରିଥିଲେ । ପରିବାର ଲୋକ ଚିକିତ୍ସା ନକରି ମୃତ ଘୋଷଣା କରିଥିଲେ ପରିବାର ଲୋକେ । ପରେ ଡାକ୍ତର ଚିକିତ୍ସା କରିବା ସହିତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ । ଅନ୍ୟପଟେ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧାରୀ ।

Leave a Reply

Your email address will not be published. Required fields are marked *