Spread the love

ଇରାନ : ଇରାନ ଉପରେ ଆମେରିକାର ପୁଣି ଆକ୍ରମଣ । ଇରାନର ଦକ୍ଷିଣ ଭାଗରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ପୁଣି ଏୟାର ଷ୍ଟ୍ରାଇକ କରିଛି ସେଣ୍ଟକମ । ଆକ୍ରମଣରେ IRGCର ୬୦ରୁ ଅଧିକ ସାମରିକ ବୋଟ୍, ମିସାଇଲ୍ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର, ଉପକୂଳ ରାଡାର୍ ବ୍ୟବସ୍ଥା ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ୍ କରି ଧ୍ୱଂସ କରାଯାଇଛି। ସେହିପରି ଇରାନର ଦକ୍ଷିଣ ଭାଗରେ ଥିବା ପ୍ରମୁଖ ସହର ଏବଂ ଉପକୂଳ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ବନ୍ଦର ଆବ୍ବାସ, କେଶମ୍ ଦ୍ୱୀପ ଓ ସିରିକରେ ବାଣିଜ୍ୟିକ ପିଅର୍ ଓ କେତେକ ମାଛଧରା ଡଙ୍ଗାରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

ସେହିପରି ଇରାନର ସବୁଠାରୁ ବଡ଼ ତୈଳ ରପ୍ତାନି କେନ୍ଦ୍ରଖାର୍ଗ ଦ୍ୱୀପକୁ ଟାର୍ଗେଟ ହୋଇଛି । ସାମରିକ ଆକ୍ରମଣ ସହ ଆମେରିକା ଇରାନ ବିରୋଧରେ ଆର୍ଥିକ ପ୍ରତିବନ୍ଧକକୁ କଡ଼ାକଡ଼ି କରିଛି । ପୂର୍ବରୁ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଇରାନକୁ ମିଳିଥିବା ତୈଳ ବିକ୍ରି ଲାଇସେନ୍ସକୁ ଆମେରିକା ରଦ୍ଦ କରିଛି। ଫଳରେ ଇରାନ ଏବେ ଆନ୍ତର୍ଜାତୀୟ ବଜାରରେ ଖୋଲାଖୋଲି ଭାବେ ଅଶୋଧିତ ତୈଳ ବିକ୍ରି କରିପାରିବ ନାହିଁ। ଏପଟେ ଇରାନର ବୈଦେଶିକ ମନ୍ତ୍ରଣାଳୟ ଆମେରିକାର ପଦକ୍ଷେପକୁ ତୀବ୍ର ନିନ୍ଦା କରିବା ସହ ଏହା ଯୁଦ୍ଧ ବିରତି ଚୁକ୍ତିର ସ୍ପଷ୍ଟ ଉଲ୍ଲଂଘନ ବୋଲି କହିଛି। ଏହି ପାଲଟା ଆକ୍ରମଣ ଯୋଗୁଁ ଆଗକୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *