ନୂଆଦିଲ୍ଲୀ: ଭାରତର ରକ୍ଷା ଶକ୍ତିକୁ ମିଳିଲା ବଡ଼ ବଳ| ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଦେଶର ରକ୍ଷା କ୍ଷମତାର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିଛି। ଡିଆରଡିଓ (DRDO) ବୁଧବାର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସ୍ୱଦେଶୀ ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍ (LRGR)ର ସଫଳ ଉଡ଼ାଣ ପରୀକ୍ଷା କରିଛି। ପରୀକ୍ଷା ସମୟରେ ରକେଟ୍ ନିର୍ଦ୍ଧାରିତ ଉଡ଼ାଣ ପଥକୁ ସଠିକ୍ ଭାବେ ଅନୁସରଣ କରି ଲକ୍ଷ୍ୟକୁ ଅତ୍ୟନ୍ତ ନିଖୁଣ ଭାବେ ଭେଦ କରିଥିଲା।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ପରୀକ୍ଷା ୬୦ କିଲୋମିଟରର ନିର୍ଦ୍ଧାରିତ ରେଞ୍ଜ ପାଇଁ କରାଯାଇଥିଲା। ପୂର୍ବରୁ ୨୦୨୫ ଡିସେମ୍ବରରେ ଏହି ରକେଟ୍ର ୧୨୦ କିଲୋମିଟର ରେଞ୍ଜର ସଫଳ ପରୀକ୍ଷା ହୋଇଥିଲା। ବର୍ତ୍ତମାନ ୬୦ରୁ ୧୨୦ କିଲୋମିଟର ରେଞ୍ଜରେ ଏହାର କ୍ଷମତା ପ୍ରମାଣିତ ହୋଇଛି। ପରୀକ୍ଷାରେ ରକେଟ୍ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବା ସହ ଉଚ୍ଚ ସଠିକତା ପ୍ରଦର୍ଶନ କରିଛି।