Spread the love

ମୁମ୍ବାଇ : ମୁମ୍ବାଇ ସହିତ ବିଭିନ୍ନ ଜିଲ୍ଲାରେ କିଛି ଦିନ ହେଲାଣି ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମିବା ଯୋଗୁଁ ଗଛ ପଡିବା, ପାଣିରେ କରେଣ୍ଟ ବ୍ୟାପିବା, ମ୍ୟାନହୋଲରେ ଲୋକ ପଡ଼ିବା ଭଳି ବିଭିନ୍ନ ଅଘଟଣରେ ଜୀବନ ଯାଇଛି । ମୁମ୍ବାଇ ପୁଣେ ଏକ୍ସପ୍ରେସ ୱେରେ ମଧ୍ୟ ପ୍ରବଳ ବର୍ଷା ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ମୁମ୍ବାଇ ପୁଣେ ଏକ୍ସପ୍ରେସ ୱେର ଖଣ୍ଡାଲା ଏକ୍ଜିଟ୍ ନିକଟରେ ଭୂସ୍ଖଳନ ହୋଇଛି । ରାସ୍ତାରେ ମାଟି କାଦୁଅ ଜମା ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଖବର ମୁତାବକ, ମିସିଂ ଲିଙ୍କ ନାମରେ ଲୋକପ୍ରିୟ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ଏବେ ମାତ୍ର ୨ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ୬୬୯୫ କୋଟି ଟଙ୍କାରେ ନିର୍ମିତ ମେଗା ପ୍ରୋଜେକ୍ଟ ପ୍ରବଳ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ୮.୯ କିମି ଲମ୍ବା ସୁଡ଼ଙ୍ଗର ପ୍ରସ୍ଥାନ ବାଟରେ ଭୂସ୍ଖଳନ ହୋଇଛି । ଏଥିପାଇଁ ଟ୍ରାଫିକ ଯାତାୟତ ହୋଇଛି । ଭୂସ୍ଖଳନ ଯୋଗୁଁ ଖଣ୍ଡାଲା ପ୍ରସ୍ଥାନ ପାଖରେ ମୁମ୍ବାଇ-ପୁନେ ଏକ୍ସପ୍ରେସ ଓେ୍ବ ବନ୍ଦ ହୋଇଛି । ମୁମ୍ବାଇ-ପୁଣେ ଏକ୍ସପ୍ରେସଓେ୍ବର ମିସିଂ ଲିଙ୍କରେ ପୁଣେରୁ ମୁମ୍ବାଇ ଯିବାକୁ ଥିବା ଖଣ୍ଡାଲା ପ୍ରସ୍ଥାନରେ ଭୂସ୍ଖଳନ ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଭୂସ୍ଖଳନ ହୋଇଛି । ବର୍ଷା କାରଣରୁ ୧୬ ଟି ଟ୍ରେନ ରଦ୍ଦ ହୋଇଛି । ୯ କିମି ଟ୍ରେନ ରୁଟ୍ ଡାଇଭର୍ଟ ହୋଇଛି । ମୁମ୍ବାଇ-ପୁଣେ ରେଲୱେ ମାର୍ଗରେ ଟନେଲ ନମ୍ବର ୪୦ ନିକଟରେ ଭୂସ୍ଖଳନ ହେବା ଯୋଗୁଁ ଅନେକ ଟ୍ରେନ ବାତିଲ ଏବଂ ଡାଇଭର୍ଟ ହୋଇଛି ।

Leave a Reply

Your email address will not be published. Required fields are marked *