Spread the love

ଭୁବନେଶ୍ୱର : ଛଟେଇ ବିରୋଧରେ ଗର୍ଜିଲେ ସ୍ୱାସ୍ଥ୍ୟମିତ୍ର |  ରାଜପଥରେ ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତିବାଦ। ବର୍ଷାରେ ଭିଜି, କୋଳରେ ଶିଶୁ ଧରି ଲୋୟର ପିଏମଜିରେ ଗର୍ଜିଲେ ମହିଳା। ପ୍ରବଳ ବର୍ଷାକୁ ଖାତିର ନକରି ହକ୍ ପାଇଁ ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର । ଆଜି ‘ଅଲ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ଆସୋସିଏସନ୍’ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଧାରଣା ଦିଆଯାଇଛି।

ସ୍ୱାସ୍ଥ୍ୟ ମିତ୍ରଙ୍କ ପ୍ରତି ହୋଇଥିବା ଛଟେଇ ପ୍ରକ୍ରିୟାକୁ ତୁରନ୍ତ ବାତିଲ କରାଯାଉ। ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଚାକିରିର ସୁରକ୍ଷା ପ୍ରଦାନ କରାଯାଉ। ‘ଆଉଟସୋର୍ସିଂ’ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ଏବଂ କର୍ମଚାରୀମାନଙ୍କୁ ସିଧାସଳଖ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନ ସମିତି ଅଧୀନକୁ ନିଆଯିବାକୁ ଦାବି କରିଛନ୍ତି ସ୍ବାସ୍ଥ୍ୟମିତ୍ର ।

Leave a Reply

Your email address will not be published. Required fields are marked *