Spread the love

ଭୁବନେଶ୍ବର: ଭୁବନେଶ୍ବରରୁ ଆସିଛି ବଡ଼ ଖବର । ନକଲି ଭିଜିଲାନ୍ସ ଅଫିସରଙ୍କ ଆତଙ୍କ । ଲୋକଙ୍କୁ ପଠାଉଛନ୍ତି ଧମକପୂର୍ଣ୍ଣ ବେନାମୀ ଚିଠି ।  ନିଜକୁ ଭିଜିଲାନ୍ସ ଅଧିକାରୀ ପରିଚୟ ଦେଇ କିଛି ଦୁର୍ବୃତ୍ତ ଧମକପୂର୍ଣ୍ଣ ବେନାମୀ ଚିଠି ପଠାଉଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ପୋଖରିପୁଟ ସ୍ଥିତ ସୃଷ୍ଟି ମ୍ୟାନସନ ଆପାର୍ଟମେଣ୍ଟର ୧୦ରୁ ଅଧିକ ବାସିନ୍ଦାଙ୍କ ପାଖକୁ ଏଭଳି ଚିଠି ଆସିଛି। ଚିଠିରେ କେତେକ ବ୍ୟକ୍ତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଚାଲିଥିବା ଦର୍ଶାଯାଇଥିଲା ।  ରଜ ପାଳନ ନକରିବାକୁ ମଧ୍ୟ କୁହାଯାଇଥିଲା । ସନ୍ଦେହ ହେବାରୁ ଚିଠି ପାଇଥିବା ଲୋକେ ଭିଜିଲାନ୍ସ କାର୍ଯ୍ୟାଳୟକୁ ଯାଇ ସତ୍ୟତା ଯାଞ୍ଚ କରିଥିଲେ। ଚିଠି ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଥିଲା ।  ଜଣେ ଏସପି ରାଙ୍କ ଅଧିକାରୀଙ୍କ ଦସ୍ତଖତକୁ ନକଲ କରି ଏହି ଚିଠି ପଠାଯାଇଥିବା ଅଭିଯୋଗ ହୋଇଛି ।  ଏନେଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *