Spread the love

ଭୁବନେଶ୍ୱର : ସୋମବାର (୧୫.୦୬.୨୦୨୬) ଦିନ ଖୋଲା ରହିବ ‘ନନ୍ଦନକାନନ’। ଏଥର ରଜ ପର୍ବ ଉପଲକ୍ଷେ ସୋମବାରରେ ଖୋଲା ରହିବ ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ବାରଙ୍ଗ ସ୍ଥିତ ‘ନନ୍ଦନକାନନ’ ବୁଲିବାକୁ ମୁଖ୍ୟ ପର୍ବ ପର୍ବାଣୀ ରଜ,ଦଶହରା ଆଦି ସମୟରେ ପ୍ରବଳ ଭିଡ ହେଉଥିବା ଦେଖାଯାଏ। ଚଳିତ ବର୍ଷ ‘ରଜ’ ପର୍ବର ୨ୟ ଦିନ ସୋମବାର ପଡୁଛି।

ଅନ୍ୟ ଦିନମାନଙ୍କରେ ସୋମବାର ନନ୍ଦନକାନନ ବନ୍ଦ ରହିଥାଏ। ମାତ୍ର ଏବର୍ଷ ‘ରଜ’ର ୨ୟ ଦିନ ସୋମବାର ପଡୁଥିବାରୁ ଏହି ଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ମାତ୍ର ତା’ପର ଦିନ ଅର୍ଥାତ୍ ୧୬.୦୬.୨୬ (ମଙ୍ଗଳବାର) ଦିନ ନନ୍ଦନକାନନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *