ଭୁବନେଶ୍ବର ୧୦।୬: ଯେଉଁମାନେ ବିଫଳତା ଦିବସ କଥା କହୁଛନ୍ତି ସେମାନଙ୍କୁ ପଚାରିବେ ଆମର କ’ଣ କ’ଣ ବିଫଳତା ଆଉ ସେମାନେ ୧୫ ବର୍ଷ ଭିତରେ କ’ଣ କ’ଣ ସଫଳତା କରିଛନ୍ତି । ରାଜ୍ୟ ସରକାରଙ୍କୁ ବିଜେଡି ଘେରିବା ପରେ ଏଭଳି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ ଆହୁରି କହିଛନ୍ତି, ଆମ ବିଫଳତା କୁହନ୍ତୁ ଗ୍ରହଣ କରିବୁ କିନ୍ତୁ ତାଙ୍କ ସଫଳତା ମଧ୍ୟ କ’ଣ ୧୫ ବର୍ଷର ଗୋଟି ଗୋଟି କରି କହିବାକୁ ପଡିବ । ସେମାନେ ଉତ୍ତର ଦେବା ପରେ ନୈତିକତା ଦୃଷ୍ଟିରୁ ପ୍ରଶ୍ନ କରିବେ ।
ଆମେ ତ ୨ ବର୍ଷରେ କ’ଣ କ’ଣ କରିଛୁ ତାର ଉତ୍ତର ଆସନ୍ତା ୧୨ ତାରିଖରେ ଦେବୁ । ଆମେ ୨୪ ଘଣ୍ଟା ହୋଇନଥିଲା ସଂକଳ୍ପ ପତ୍ର ଅନୁସାରେ କାମ କରିଛୁ । ୨୪ ଘଣ୍ଟାରେ କ୍ୟାବିନେଟ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ୧୦ ଟଙ୍କା ବି ଚାଷୀଙ୍କୁ ବୋନସ୍ ଦେଇନଥିଲେ ସେମାନେ, ଆମେ ୩୧୦୦ ଟଙ୍କା କଲୁ । ୪ ଥର ଧାନ କିଣି ସାରିଛୁ । ଆମେ ସୁଭଦ୍ରା କହିଲୁ ଦେଲୁ । ଆମେ ରତ୍ନଭଣ୍ଡାର ଖୋଲିଲୁ, ଚାରିଦ୍ୱାର ଖୋଲିଛି । ଯାହା କହିଛୁ କରିଛୁ ।
ସେମାନେ ଇଞ୍ଚେ ଜମି ଜନସେଚନ କରିନାହାନ୍ତି । ଆମେ ୧୫ ଲକ୍ଷ ହେକ୍ଟର ଜମି ଜଳସେଚନ ପାଇଁ କାମ ଆରମ୍ଭ କରିସାରିଛୁ । ଠିକ୍ ସମୟରେ ହୋଇନଥିବା କାମ କରାଯିବ । ବୋର୍ଡ ନିଗମ, ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବ ଯେବେ ଆପଣଙ୍କୁ ଜଣାଯିବ ବୋଲି ମନମୋହନ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ,୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ପ୍ରେ କରି ବିଜେପି ସରକାରଙ୍କ ଦୁଇ ବର୍ଷର ୧୨ ୟୁ-ଟର୍ଣ୍ଣ ଗଣାଇଲେ ।