ସମ୍ବଲପୁର : ବୁର୍ଲା ପାୱାର କେନାଲରେ ବୁଡି ଜଣେ ଛାତ୍ର ନିଖୋଜ l ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର l ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଈଁ 18 ହଜ଼ାରକୁ ଆସିଥିଲେ l ପାୱାର କେନାଲ ରେ ଗାଧେଇବା ବେଳେ ପାଣିରେ ପ୍ରବଳ ସ୍ରୋତ ରେ ଭାସିଗଲେ l ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପେରସନ ଜାରି ରଖିଛି l ପାଣିର ସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି । ଛାତ୍ର ଜଣକ ଭୁବନେଶ୍ୱର ସ୍ଥିତ ଘରୋଇ କଲେଜରେ ପାଠ ପଢ଼ୁଛନ୍ତି l ଖରା ଛୁଟିରେ ସମ୍ବଲପୁର ସ୍ଥିତ ଘରକୁ ଆସିଥିଲେ l