ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏଆଇଏଡିଏମ୍କେକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗିଛି। ଏଆଇଏଡିଏମ୍କେର ସିଭି ଷଣ୍ମୁଗମ୍ ଓ ଏସ୍ପି ଭେଲୁମଣି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେକୁ ଆସ୍ଥା ଭୋଟରେ ସମର୍ଥନ ଦେବା ପରେ ଏବେ ସେମାନଙ୍କ ଗୋଷ୍ଠୀର ୩ ଜଣ ବିଧାୟକ ଦଳରୁ ଇସ୍ତଫା ଦେଇ ଟିଭିକେରେ ଯୋଗ ଦେଇଛନ୍ତି। ବିଧାୟକ ଏସ୍ ଜୟକୁମାର (ପେରୁନ୍ଦୁରାଇ), ମାରଗାଥମ୍ କୁମରୋଭେଲ (ମଦୁରନ୍ଥକମ୍-ଏସ୍ସି) ଓ ପି ସତ୍ୟଭାମା (ଧାରାପୁରମ୍-ଏସ୍ସି) ସୋମବାର ବାଚସ୍ପତି ଜେସିଡି ପ୍ରଭାକରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।