Spread the love

କେରଳ : କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଭିଡି ସତୀଶନଙ୍କ କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି କଂଗ୍ରେସ । ଭି.ଡି ସତୀଶନ ୬ ଥର ବିଧାୟକ ରହିଥିଲେ ।

ଦିଲ୍ଲୀରେ କଂଗ୍ରେସ ନେତାଙ୍କ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି ସମେତ ପାର୍ଟିର ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ । ଏହି ବୈଠକରେ କଂଗ୍ରେସ ନେତା ଜୟରାମ ରମେଶ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ୧୪୦ ସିଟ୍ କେରଳ ବିଧାନସଭାରେ କଂଗ୍ରେସ ନେତୃତ୍ୱରେ ୟୁଡିଏଫ ୧୦୨ ସିଟ୍ ରେ ବିଜୟ ପାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା ।

୨୦୦୧ରୁ ଲଗାତାର ବିଧାୟକ ହୋଇଛନ୍ତି ସତୀଶନ । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ । କେରଳ କଂଗ୍ରେସ ରାଜନୀତିରେ ଭିଡି ସତୀଶନ ଦୀର୍ଘଦିନ ଧରି ଜଣେ ସକ୍ରିୟ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବିବେଚିତ ହୋଇଆସୁଛନ୍ତି । କିଛି ଦିନ ପୂର୍ବରୁ ସେ କେରଳ ବିଧାନସଭାରେ ବିରୋଧୀ ଦଳର ସ୍ୱର ଥିଲେ ଏବଂ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *