Spread the love

ଭୁବନେଶ୍ବର: ଠକୁଥିଲେ ମାଡ଼ି ବସିଲା ପୋଲିସ । ୫ ବଡ଼ ଧରଣର ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିବା ଏକ ସାଇବର ରାକେଟର ୫ ଜଣକୁ ଗିରଫ କଲା ସାଇବର ପୋଲିସ । ପୂର୍ବତନ ବ୍ୟାଙ୍କ କର୍ମଚାରୀ ଏହି ରାକେଟର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରି ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ପୋଲିସ ।

ଅଭିଯୁକ୍ତମାନେ ଏକ ଗ୍ୟାଙ୍ଗ ଗଠନ କରି ଲୋକଙ୍କୁ ଟାର୍ଗେଟ କରି ଠକେଇ କରୁଥିଲେ । ଅଭିଯୋଗକାରୀ ୨୨ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା କହିଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ATM କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି ପୋଲିସ। ରାଜ୍ୟରେ ଏକାଧିକ ଲୋକଙ୍କୁ ଠକିଛନ୍ତି ଏହି ଗ୍ୟାଙ୍ଗ ।

Leave a Reply

Your email address will not be published. Required fields are marked *