କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ । କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଆୟୁବ ଖାଁ ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ପ୍ରାର୍ଥୀ ଭାବେ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ।
କଣ୍ଟାବାଞ୍ଜି ବାସୀ ତାଙ୍କୁ ବିକାଶ ପୁରୁଷ କହୁଥିଲେ । କଣ୍ଟାବାଞ୍ଜି ପାଇଁ ତାଙ୍କର ଅନେକ ଅବଦାନ ରହିଛି । ଆୟୁବ ଖାଁ କାଉନସିଲରରୁ ରାଜନୀତି ଆରମ୍ଭ କରିଥିବା ବେଳେ କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ, ପରେ ସ୍ୱାଧୀନ ପ୍ରାଥୀ ଭାବେ ୨୦୦୪ରେ ବିଧାୟକ ପରେ ବିଜେଡି ଦଳରୁ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆୟୁବ ଖାଁ ଓଡିଶା ହଜ କମିଟି ଅଧ୍ୟକ୍ଷ, ୱାକଫ ବୋର୍ଡ ଅଧକ୍ଷ, ବିଜେଡି ଦଳର ଅନେକ ପଦ ପଦବୀରେ ରହି ଆସିଛନ୍ତି. ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।