Spread the love

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଦାୟିତ୍ୱ ନେବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ।

ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ (ବିଏସଏଫ) ଅଧୀନରେ ରହିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ପ୍ରଥମ କ୍ୟାବିନେଟ ଡାକିଥିଲେ। ବିଏସଏଫକୁ ତାର ବାଡ଼ ପାଇଁ ଜମି ହସ୍ତାନ୍ତର ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆ ଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଜମି ହସ୍ତାନ୍ତର ପ୍ରକ୍ରିୟା ଆଜି ଆରମ୍ଭ ହେଉଥିବା ମଧ୍ୟ ସେ କହିଛନ୍ତି। ଫଳରେ ୮୬୪ କିମି ଦୀର୍ଘ ପଶ୍ଚିମବଙ୍ଗ-ବାଂଲାଦେଶ ସୀମାରେ ତାର ବାଡ଼ ଲାଗିବ।

Leave a Reply

Your email address will not be published. Required fields are marked *