Spread the love

ପାରାଦ୍ଵୀପ : ଗଭୀର ସମୁଦ୍ରରେ ଚାଲିଛି ଚୋରା ତେଲ ମାଫିଆଙ୍କ ରାଜୁତି ।  ଚୋରା ତେଲ ବ୍ୟବସାୟ ର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ ।  ଏକ ସ୍ବତନ୍ତ୍ର ସିଣ୍ଡିକେଟ କାମ କରୁଥିବା ସଂଦେହ କରାଯାଉଛି। ପାରାଦ୍ଵୀପ ବନ୍ଦରକୁ ଆସୁଥିବା ଜାହାଜରୁ ତେଲ କାଢ଼ି ମାଛଧରା ବୋଟ ମାଧ୍ୟମରେ ଆଣି ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି କାରବାରରେ ସାମିଲ ଅଛନ୍ତି ଆନ୍ଧ୍ରପ୍ରଦେଶର ଲୋକ ।  ଗତକାଲି ବିଳମ୍ବିତ ରାତିରେ ଏକ ବୋଟ୍ କୁ ନେହେରୁବଙ୍ଗଳା ସାମୁଦ୍ରିକ ପୋଲିସ ଧରିଛି ।  ଗୋଟିଏ ବୋଟ୍ ରେ ପାଖାପାଖି ୨୦୦୦ ରୁ ୩୦୦୦ ଲିଟର ଡିଜେଲ ଥିଲା ।  ଏହି କାରବାରରେ ଜଣେ ଚୋରା ତେଲ ମାଫିଆକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।  ଉଭୟଙ୍କ ଘର ଆନ୍ଧ୍ର ପ୍ରଦେଶରେ। ସେମାନେ ପାରାଦ୍ଵୀପରେ ରହି ଏହି ଚୋରା ଡିଜେଲ ବ୍ୟବସାୟ କରୁଥିଲେ ।  କାରବାରର ମୁଖ୍ୟ କାର୍ପଟଦାର ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *