Spread the love

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରି ନାହାନ୍ତି। ଏପ୍ରିଲ ୯ ତାରିଖରେ ଜଷ୍ଟିସ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ମାତ୍ର ଏହା ଅନୁମୋଦନ ହୋଇ ନଥିବାରୁ ତାଙ୍କ ବିଚାରପତି ପଦ ବଜାୟ ରହିଛି। ଆହ୍ଲାବାଦ ହାଇକୋର୍ଟ ପୋର୍ଟାଲର ବିଚାରପତି ତାଲିକାରେ ୪ର୍ଥ ସ୍ଥାନରେ ଜଷ୍ଟିସ ବର୍ମାଙ୍କ ନାମ ରହିଛି। ସମ୍ବିଧାନର ଧାରା ୨୧୭(୧) ଅନୁଯାୟୀ ଜଣେ ବିଚାରପତି ସ୍ବହସ୍ତ ଲିଖିତ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ରେଜିଷ୍ଟ୍ରି ଡାକ ଯୋଗେ ପଠାଇବା ପରେ ସେ ଆଉ କାର୍ଯ୍ୟ କରିପାରିବେ ନାହିଁ। ଇସ୍ତଫା ପତ୍ର ପଠାଇବା ଦିନ ଠାରୁ ହିଁ ତାଙ୍କର କାର୍ଯ୍ୟକାଳ ଶେ​‌ଷ ହୋଇଥାଏ। ମାତ୍ର ଜଷ୍ଟିସ ବର୍ମା ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସତ୍ତ୍ବେ ତାଙ୍କ ବିଚାରପତି ପଦ ବଜାୟ ରହିଛି। ଘରୁ ବିପୁଳ ପରିମାଣର ପୋଡା ୫୦୦ ଟଙ୍କିଆ ନୋଟ୍ ଜବତ ହେବା ଘଟଣାକୁ ନେଇ ଜଷ୍ଟିସ ବର୍ମାଙ୍କୁ ଦୋଷୀ ଦର୍ଶାଯିବାକୁ କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

Leave a Reply

Your email address will not be published. Required fields are marked *