Spread the love

ଗଞ୍ଜାମ : ହିଞ୍ଜିଳି ଥାନା ଖିରିଡା ଗାଁରେ ମଙ୍ଗଳବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି। ଭାଉଜକୁ ଗାଁ ଦାଣ୍ଡରେ ହାଣି ଦେଲା ଦିଅର। ମୃତ ମହିଳା ହେଲେ ପୂଜା ସ୍ୱାଇଁ। ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହାଣିଦେଲା ଦିଅର। ସ୍ୱାମୀଙ୍କ ଘର ସାମ୍ନାରେ ୩ ବର୍ଷର ଝିଅକୁ ଧରି ନ୍ୟାୟ ପାଇଁ ଧାରଣାରେ ବସି ଗୁହାରି କରୁଥିଲେ ଯୁବତୀ। ଏହି ଘଟଣାରେ ଅଭିଯୁକ୍ତ ଦିଅରକୁ ପୁଲିସ ଅଟକ ରଖି ତଦନ୍ତ କରୁଛି। ଏନେଇ ସୂଚନା ଦେଇଛନ୍ତି ଏସଡିପିଓ। ମହିଳା ଜଣକ ଗତ ୧୯ରେ ହିଞ୍ଜିଳି ଥାନାରେ ଏତଲା କରିଥିଲେ। ଘରୋଇ ହିଂସା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ମହିଳା ଜଣଙ୍କ ଏନେଇ ବ୍ରହ୍ମପୁର ମହିଳା ଥାନାକୁ ମଧ୍ୟ ଜଣାଇଥିଲେ। ପୁଲିସ ମୃତଦେହ ଜବତ କରିବା ସହ ଛୋଟ ପିଲାଟିକୁ ଚାଇଲ୍ଡ ଲାଇନ ପଠାଯିବ ବୋଲି ଜଣାପଡ଼ିଛି। ଶାଶୁ ଘର ସାମ୍ନାରେ ନ୍ୟାୟ ପାଇଁ ଧାରଣାରେ ବସିଥିଲେ। ନ୍ୟାୟ ପାଇଁ ଗୁହାରି କରୁଥିବା ବେଳେ ହାଣି ଦେଲା ଦିଅର। ଯୁବତୀ ଜଣକ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ୩ ବର୍ଷର ଶିଶୁ ଥିବା ବେଳେ ଯୁବତୀ ଜଣକ ଗର୍ଭବତୀ ଥିଲେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *