Spread the love

କଲକାତା: ଦିଦିଙ୍କ ଗଡରେ ଧସେଇ ପସିଲେ ଶୁଭେନ୍ଦୁ ଅଧିକାରୀ।ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଟିଏମସିର ଗଡ଼ ଭବାନୀପୁରରେ ଲଢ଼େଇ ରୋମାଞ୍ଚକ ହେବାରେ ଲାଗିଛି। ଗଣତି ଆରମ୍ଭରୁ ଆଗରେ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ମଧ୍ୟାହ୍ନ ବେଳକୁ ପଛରେ ପଡ଼ି ଯାଇଥିଲେ। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୧୫ ହଜାରରୁ ଅଧିକ ଭୋଟରେ ଲିଡକୁ ଚାଲି ଆସିଥିଲେ। ପୁଣି ମମତାଙ୍କ ଗଡ଼ରେ ଲିଡ ହାସଲ କରି ନେଇଥିଲେ ଶୁଭେନ୍ଦୁ ଅଧିକାରୀ। ୧୬ ରାଉଣ୍ଡ ଭୋଟ ଗଣତି ପରେ ମମତାଙ୍କ ଠାରୁ ୫୫୪ ଖଣ୍ତ ଭୋଟ ଆଗରେ ରହିଥିଲେ ଶୁଭେନ୍ଦୁ ଅଧିକାରୀ।

ବାକି ୪ ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀଙ୍କୁ ଭଲ ଭୋଟ ବ୍ୟବଧାନ ମିଳିଥିଲା। ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ପ୍ରାୟ ୧୫ ହଜାର ଭୋଟରେ ଜିତିଛନ୍ତି । ସେହି ଆସନରେ ସେ ଜିତି ରେକର୍ଡ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟଙ୍କୁ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *