Spread the love

ଗୁଜରାଟ : ସୁରଟର ଗୋଡାଦରା ଅଞ୍ଚଳରୁ ଚାଞ୍ଚଲ୍ୟକର ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସହରକୁ ସ୍ତବ୍ଧ କରି ଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଉପରେ ନିଜ ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଅଭିବନ ଉପାୟରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ନିଜେ ପୁଲିସ ଥାନାକୁ ଯାଇ ତାଙ୍କ ସ୍ତ୍ରୀ ନିଖୋଜ ଥିବା ନେଇ ମାମଲା ରୁଜୁ ମଧ୍ୟ କରିଥିଲେ।

ଗୋଡଦରାରେ ରହୁଥିବା ବିଶାଲ (୪୦) ନିଜ ୩୯ ବର୍ଷୀୟ ପତ୍ନୀ ଶିଳ୍ପାଙ୍କର ନିଖୋଜ ଥିବା ନେଇ ସ୍ଥାନୀୟ ପୁଲିସ ଥାନାରେ ରିପୋର୍ଟ ଲେଖାଇଥିଲେ। ଉଭୟଙ୍କ ୨ ପୁଅ ମଧ୍ୟ ଅଛି। ଶିଳ୍ପା ପେଷାରେ ଜଣେ ଡାଇଟିସିଆନ୍। ପୁଲିସ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ମହିଳାଙ୍କ ତଲାସି ଆରମ୍ଭ କରିଥିଲା। ମାତ୍ର ମାମଲା ସନ୍ଦେହ ଘେରରେ ଥିଲା।

ତଦନ୍ତ ସମୟରେ ପୁଲିସକୁ ଏକ ପ୍ରମାଣ ମିଳିଥିଲା। ଅଭିଯୁକ୍ତ ବିଶାଲ ଘରେ ଏକ ଚିଠି ରଖିଥିଲେ। ଯେଉଁଥିରେ ନିଜ ପତ୍ନୀଙ୍କୁ ହତ୍ୟା କରିବା କଥା ସ୍ୱୀକାର କରିଥିଲେ। ନାବାଳକ ପୁଅକୁ ଏହି ଚିଠି ମିଳିବା ପରେ ସେ ପୁଲିସକୁ ଏହାକୁ ଦେଇଥିଲା। ଚିଠିରେ ଲେଖା ଥିଲା ଯେ, ତା’ର ବହୁତ ବଡ ଭୁଲ୍ ହୋଇ ଯାଇଛି। ତାଙ୍କ ସ୍ତ୍ରୀ ଏବେ ଆଉ ଦୁନିଆରେ ନାହାଁନ୍ତି। ଏହାପରେ ପୁଲିସ ତୁରନ୍ତ ତଦନ୍ତର ରୂପକୁ ବଦଳାଇବା ସହ ଛାନବିନ୍ ଆରମ୍ଭ କରିଥିଲା। ପୁଲିସ ସଲାବତପୁରା ଅନ୍ତର୍ଗତ ଏକ ପୁରୁଣା ବଡ କୋଠା ଘର ନିକଟରେ ପହଞ୍ଚିଥିଲା। ପୁଲିସ ଘରର କବାଟ ଖୋଲିବା ପରେ ଯାହା ଦେଖିଲା, ସେଥିରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲା। ଘରର ଏକ ରୁମରେ ଥିବା କାଠ ବାକ୍ସ ଭିତରୁ ଦୁର୍ଗନ୍ଧ ଆସୁଥିଲା। କାଠବାକ୍ସ ଖୋଲିବା ମାତ୍ରେ ସେଥିରେ ଶିଳ୍ପାଙ୍କର ମୃତଦେହ ମିଳିଥିଲା, ଯାହା ପରିବାକୁ ଆରମ୍ଭ କରିଥିଲା। ମୃତଦେହକୁ ଲୁଚାଇବା ପାଇଁ ବାକ୍ସ ଭିତରେ ସିମେଣ୍ଟ ପ୍ଲାଷ୍ଟର ମଧ୍ୟ କରାଯାଇଥିଲା। ମୃତଦେହ ଦେଖି ସନ୍ଦେହ କରାଯାଇଥିଲା ଯେ, ହତ୍ୟା ପ୍ରାୟ ୪ ରୁ ୫ ଦିନ ର୍ପୂବରୁ ହୋଇଛି।

ତଦନ୍ତ ସମୟରେ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ପତି-ପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ କଳହ ହେଉଥିଲା। ଅଭିଯୁକ୍ତ ନିଜ ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲା। ଏହି ସନ୍ଦେହ କାରଣରୁ ସେ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ଏବେ ଫେରାର ଥିôବା ବେଳେ ପୁଲିସ ତଦନ୍ତ ସହ ଖୋଜାଖୋଜି ଜାରି ରଖିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *