Spread the love

ଗାଜିଆବାଦ : ୟୁପି ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ । ଗାଜିଆବାଦ ଇନ୍ଦିରାପୁରମର ଅଭୟ ଖଣ୍ଡରେ ଥିବା ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ମହଲାକୁ ବ୍ୟାପି ଯାଇଛି । ଏପରିକି ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରୁ ମଧ୍ୟ କଳା ଧୂଆଁ ଦେଖାଯାଉଛି । ୧୦ ରୁ ୧୨ଟି ଫ୍ଲାଟ୍ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ।

ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଉପର ମହଲା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହାଇ-କ୍ରେନ୍ ବ୍ୟବହାର କରାଯାଉଛି । ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଅଗ୍ନିକାଣ୍ଡ ଘଟିଥିବା ସୋସିଆଇଟର ଉପର ସୋସାଇଟିର ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗୌର ଗ୍ରୀନ୍ ଆଭେନ୍ୟୁ ସୋସାଇଟିରେ ନବମ ମହଲାର ଏକ ଫ୍ଲାଟରେ ସର୍ଟ ସର୍କିଟ୍ କିମ୍ବା ଏସି କମ୍ପ୍ରେସର ଫାଟିବା ଯୋଗୁଁ ନିଆଁ ଲାଗିଥାଇପାରେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନକୁ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *