Spread the love

ପୁରୀ : ପୁରୀ କୋଷ୍ଟାଲ ମାରାଥନ ବିଜେତାଙ୍କୁ ମିଳିବ ଏକକୋଟିର ପୁରସ୍କାର ରାଶି । ଆସନ୍ତା ଡିସେମ୍ବର ୧୩ ତାରିଖ ଦ୍ୱିତୀୟ ରବିବାରରେ ଅନୁଷ୍ଠିତ ହେବ କୋଷ୍ଟାଲ ମାରାଥନ। ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ସହଯୋଗରେ ପୁରୀ କୋଷ୍ଟାଲ ମାରାଥନ ନାମରେ ଏକ ମେଗା ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହା ପୂର୍ବରୁ ସଚେତନତା ଉଦ୍ଦେଶ୍ୟରେ ପୁରୀ ବ୍ଲୁ ଫ୍ଲାଗ ବିଚ ଠାରୁ ତାଜ ହୋଟେଲ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦ୍ବାରା ବାଲୁକା କଳାରେ ପ୍ରସ୍ତୁତ ଲୋଗୋ ଉଦଘାଟନ କରିଥିଲେ। ଏହା ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂତନ ଟ୍ୟାଗ ଲାଇନ “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡିଶା”କୁ ଉନ୍ମୋଚନ କରାଯାଇଛି । ଓଡିଶା ପର୍ଯ୍ୟଟନ ବିଭାଗ ଓଏମସି ଦ୍ୱାରା ହେବାକୁ ଥିବା ଏହି କୋଷ୍ଟାଲ ମାରାଥନ ରେ ଭାଗ ନେବା ପାଇଁ ବିଭିନ୍ନ କ୍ରୀଡ଼ାବିତ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *