Spread the love

କଟକ: କଟକରେ ୩ ଦିନ ସ୍କୁଲ ଛୁଟି । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ୨୧, ୨୨ ଓ ୨୩ ତାରିଖ ଜିଲ୍ଲାର ସବୁ ସ୍କୁଲ ଛୁଟି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ଯାଏ ଛୁଟି । ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଅନୁଷ୍ଠିତ ହେବ ।

ଅନ୍ୟପଟେ, ଅସହ୍ୟ ଖରାକୁ ଦେଖି ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ  । ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ  । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ ।

Leave a Reply

Your email address will not be published. Required fields are marked *