Spread the love

କଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାଂଲାଦେଶ ସୀମାନ୍ତରେ ଏକ ଅଗ୍ନିକାଣ୍ଡ ଘଟି ବିଏସ୍‌ଏଫ୍‌ର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି। ମୃତ ବିଏସ୍‌ଏଫ୍‌ ଅଧିକାରୀ ହେଲେ ଏଏସ୍‌ଆଇ ଜାଗି ରାମ। ସୀମାର ବାଙ୍କରା ବର୍ଡର ଆଉଟପୋଷ୍ଟରେ ବିଏସ୍‌ଏଫର ଏକ ଇନ୍ଧନ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ମଧ୍ୟରେ ଜାଗି ରାମ ଫସିଯାଇ ପ୍ରାଣ ହରାଇଥିଲେ। ବିଏସ୍‌ଏଫର ପାଟ୍ରୋଲିଂ ବୋଟ୍‌ରେ ଇନ୍ଧନ ଭରିବା ପାଇଁ ଏହି ଗୋଦାମଟି ଆଉଟପୋଷ୍ଟ ନିକଟରେ ଥିଲା।

Leave a Reply

Your email address will not be published. Required fields are marked *