Spread the love

ନୂଆଦିଲ୍ଲୀ : ଆଜି ହେଉଛି ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ । ଦେଶ ତଥା ରାଜ୍ୟର ବିଭିନ୍ନସ୍ଥାନରେ ବଡ଼ ଧୂମଧାମରେ ପାଳନ କରାଯାଉଛି ଆମ୍ବେଦକରଙ୍କ ଜନ୍ମ ଦିବସ ।

ଏହାରି ମଧ୍ୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଡ଼କ୍ଟର ବି.ଆର୍.ଆମ୍ବେଦକରଙ୍କ ଜନ୍ମବାର୍ଷିକୀର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘‘ଭାରତୀୟ ସମ୍ବଧାନର ମୁଖ୍ୟ ସ୍ଥପତି ଏବଂ ଜଣେ ମହାନ ସମାଜ ସଂସ୍କାରକ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ମୁଁ ତାଙ୍କୁ ମୋର ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ କହିଛନ୍ତି ।’’

ଏଥିସହ ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ‘‘ସେ ଜଣେ ଆଇନବିତ୍, ଅର୍ଥନୀତିଜ୍ଞ, ଗଭୀର ଚିନ୍ତାନାୟକ ଏବଂ ସମାନତାବାଦୀ ସାମାଜିକ ବ୍ୟବସ୍ଥାର ଜଣେ ଦୃଢ ପ୍ରବର୍ତ୍ତକ ଥିଲେ । ସେ ସମାଜର ଦୁର୍ବଳ ଲୋକଙ୍କ ଉନ୍ନତି ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ଏବଂ ସେମାନଙ୍କ କଲ୍ୟାଣ ପାଇଁ ଐତିହାସିକ ଅବଦାନ ଦେଇଥିଲେ ।’’

Leave a Reply

Your email address will not be published. Required fields are marked *