Spread the love

ନୂଆଦିଲ୍ଲୀ: ଫୁଲ ମାଳକୁ ବୋମା ଭାବି ଭୟରେ ଦୌଡିଲେ ବିଜୟ। ତାମିଲନାଡୁରେ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଜାରି ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ସବୁ ଦଳ କ୍ୟାମ୍ପେନିଂରେ ଲାଗି ପଡିଛନ୍ତି।  ଡିଏମକେ ଏବଂ ଏଆଇଏଡିଏମକେ ସହଯୋଗୀ ଦଳର ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ମାଗୁଛନ୍ତି। ତାମିଲନାଡୁରେ ଟିଭିକେ ଦଳ ଗଠନ କରି ହଇଚଇ ସୃଷ୍ଟି କରୁଥିବା ଥାଲାପତି ବିଜୟ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ରବିବାର ଥାଲାପତି ବିଜୟ କନ୍ୟାକୁମାରୀରେ ଏକ ରୋଡ୍ ଶୋ କରୁଥିଲେ।

ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ବିଜୟ ରାସ୍ତା ମଝିରେ ତାଙ୍କ ପ୍ରଚାର ଗାଡ଼ିରୁ ଓହ୍ଲାଇ ସାଇକେଲରେ ପ୍ରଚାର କରୁଥିଲେ। ସେ ବହୁତ ଉତ୍ସାହର ସହ ପ୍ରଚାର କରୁଥିଲେ ଏବଂ ଲୋକଙ୍କୁ ହାତ ହଲାଇଥିଲେ।ଏତିକିବେଳେ ରାସ୍ତା ଦେଇ ଆସୁଥିବା ଜଣେ ପ୍ରଶଂସକ ତାଙ୍କ ଉପରକୁ ବହୁତ ନିକଟରୁ ଫୁଲ ଫିଙ୍ଗିଥିଲେ। କିନ୍ତୁ ଏହାକୁ ଏକ  ଏକ ବୋମା ବୋଲି ଭାବି ବିଜୟ ତୁରନ୍ତ ତାଙ୍କ ସାଇକେଲ ଛାଡି ତାଙ୍କ ପଛେ ପଛେ ଆସୁଥିବା ପ୍ରଚାର ଗାଡ଼ି ପାଖକୁ ଦୌଡ଼ିଥିଲେ। ଏହି ସମୟରେ ତାଙ୍କ ସୁରକ୍ଷା କର୍ମୀମାନେ ମଧ୍ୟ ଆସି ବିଜୟଙ୍କୁ ସୁରକ୍ଷିତ ଭାବରେ ଗାଡ଼ିରେ ବସାଇ ଦେଇଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୨୩ ଏପ୍ରିଲରେ, ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ।

Leave a Reply

Your email address will not be published. Required fields are marked *