ଗ୍ରେଟର ନୋଏଡା : ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରେ ଫେଜ ୨ରେ କମ୍ପାନୀ କର୍ମଚାରୀଙ୍କୁ ବେତନ ବଢାଇବା ଦାବିକୁ ନେଇ ବିରୋଧ ପ୍ରଶ୍ନ କରାଯାଉଛି । ରାସ୍ତାକୁ ଶହଶହ ଶ୍ରମିକ ଓହ୍ଲାଇ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ସକାଳୁ ସକାଳୁ ଶ୍ରମିକ ପ୍ରଦର୍ଶନ କରି ଗାଡିରେ ନିଆଁ ଲଗାଇଦେଇଛନ୍ତି । ପୋଲିସ ସ୍ଥିତିକୁ ଶାନ୍ତ କରିବା ପାଇଁ କାର୍ଯ୍ୟ ଚଲାଇଛି । କିନ୍ତୁ ସ୍ଥିତି ଉଗ୍ର ହେବାରେ ଲାଗିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।
ନୋଏଡାର ଫୋଜ-୨ ଅଞ୍ଚଳରେ ପ୍ରଦର୍ଶନକାରୀ ଶ୍ରମିକ ଅଧିକରୁ ଅଧିକ ଉଗ୍ର ହେବାରେ ଲାଗିଛନ୍ତି । ପୋଲିସ ଜିପ୍ ଭଙ୍ଗାରଜା କରିଛନ୍ତି । କିଛି ଶ୍ରମିକ ପୋଲିସ ଭ୍ୟାନକୁ ପଥରମାଡ଼ କରି ନିଆଁ ଲଗାଇଛନ୍ତି । ପାରିଶ୍ରମିକ ବଢାଇବାକୁ ନେଇ ନୋଏଡାରେ ଶ୍ରମିକମାନେ କିଛିଦିନ ହେଲାଣି ଉଗ୍ର ପ୍ରଦର୍ଶନ କରୁଛନ୍ତି । ଯାହାକୁ ନେଇ ଯୋଗୀ ପ୍ରଶାସନ ଏବେ ଆଲର୍ଟମୋଡରେ ରହିଛି ।
ଉତ୍ତ୍ୟକ୍ତ କର୍ମୀମାନେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ ଏବଂ ଘଟଣାସ୍ଥଳରେ ଠିଆ ହୋଇଥିବା ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ । ଏହି ଆନ୍ଦୋଳନ ଯୋଗୁଁ ଅଫିସ୍ ଯିବା ସମୟରେ ଦିଲ୍ଲୀ-ନୋଏଡା ସୀମାର ପ୍ରମୁଖ ରାସ୍ତା, ବିଶେଷକରି ଡିଏନଡି ଫ୍ଲାଏଓଭର ଭୟଙ୍କର ଭିଡ଼ ଦେଖାଦେଇଥିଲା । ରାସ୍ତାରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଲମ୍ବା ଧାଡ଼ିରେ ଫସି ରହିବାରୁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ ହୋଇଥିଲେ ।