Spread the love

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ। ଆଉ ଜଣେ ଯୁବକଙ୍କ ମୃତ୍ୟୁ, ୭ରୁ ଅଧିକ ଆକ୍ରାନ୍ତ। ମୃତକ ହେଲେ ରାଇଛନ୍ଦା ପଂଚାୟତ ବାରକଣା ଗାଁର ବିପିନ ସାହୁ। ଦୁଇଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କବାଟବନ୍ଧ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଗତକାଲି ପୁଣି ଝାଡ଼ାବାନ୍ତି ହେବାରୁ ଆଜି ସକାଳୁ ପୁଣି ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୭ ତାରିଖରେ ବାଉଁଶଡୋଳ ଗାଁର ବାଦଲ ମଲ୍ଲିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଗତ କିଛି ଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳାରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଥିଲା । ଧର୍ମଶାଳା ମେଡିକାଲରେ ୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ବାଉଁଶଡୋଳ ଗାଁରେ ଦୁଇ ଦିନ ତଳେ ଜଣେ ଯୁବକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଫେରିଥିଲେ । କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *