Spread the love

ନୂଆଦିଲ୍ଲୀ: ମହିଳାଙ୍କର ରହିବନି ଆଉ ଏଲପିଜି ସିଲିଣ୍ଡର ଚିନ୍ତା। ଏଣିକି ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର। ଆଜ୍ଞା ହଁ ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ। ଏଭଳି କିଛି ପ୍ରତିଶ୍ରୁତି ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏକ ଇସ୍ତହାର ପତ୍ରରେ ପ୍ରକାଶ କରିଛି।

ଗରିବ ପରିବାରକୁ ପ୍ରତିବର୍ଷ ୨ଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି। କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଘୋଷଣା ପତ୍ରରେ (ଇସ୍ତାହାର) ପ୍ରକାଶ କରିଛି। ଏହି ସମୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ଓନମ ସମୟରେ ଏବଂ ଖ୍ରୀଷ୍ଟମାସ ସମୟରେ ଗୋଟିଏ ସିଲିଣ୍ଡର ଯୋଗାଇ ଦିଆଯିବ। କେରଳରେ ଏକ ଏମ୍ସ ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହିତ ଦଳ ମହିଳାମାନଙ୍କୁ ମାସିକ ୨,୫୦୦ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି। ଏହା ବ୍ୟତୀତ ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ସାବରୀମାଳା ଏବଂ ଗୁରୁଭାୟୁର ଭଳି ପୂଜାସ୍ଥଳର ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଦେବସ୍ୱମ ବୋର୍ଡ ପୁନଃଗଠିତ କରାଯିବ।

Leave a Reply

Your email address will not be published. Required fields are marked *