Spread the love

ସୋର: ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଜୀବନ। ଗୋରୁ ଚାଲାଣ ବେଳେ ଗୋରକ୍ଷକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଏସକର୍ଟ ଗାଡି ଧକ୍କାରେ ଗୋସୁରକ୍ଷା ବାହିନୀର ଜଣେ ସଦସ୍ୟ ମୃତ ।  ଅନ୍ୟ ଜଣେ ଗୁରୁତର ।  ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ, ସୋମବାର ସମ୍ବଲପୁର ଫୁଲଝରଣ ଠାରେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବିରସିଙ୍ଗଗଡ଼ ରୁ ମାନେଶ୍ଵର ବଜ଼ାର କୁ ଓଟୋ ଆସୁଥିଲେ ୧୦ ରୁ ଅଧିକ ଲୋକ । ମୃତକ ମହିଳା ଜଣକ ହେଲେ ବେଦ ଖରସେଲ ହୋଇଥିବାବେଳେ ବାକି ୪ ଜଣ ଗୁରୁତର ଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସେପଟେ ଏତେ ଲୋକଙ୍କୁ ଅଟୋ କିପରି ନେଉଥିଲା ସେନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *