Spread the love

ସମ୍ବଲପୁର :  ୭ ଅଭିଯୁକ୍ତଙ୍କୁ ଆଜୀବନ ।  ସମ୍ବଲପୁରର ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ରାୟ ପ୍ରକାଶ ।  ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଓ ଦୌରାଜଜ କୋର୍ଟ। ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଅଶୋକ କୁମାର ପ୍ରଧାନ, ଭୋଜରାଜ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଗଜରାଜ ପ୍ରଧାନ, ଭୀଷ୍ମଦେବ ପ୍ରଧାନ, ରଞ୍ଜିତ ଓରଫ ଦୁଷ୍ମନ୍ତ ଭୋଇ ଏବଂ ଭୀଷ୍ମଜିତ ଭୋଇଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଏହି ୭ଜଣଙ୍କୁ ଆଜୀବନ ଜେଲ୍ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଣୁଣାଇଛନ୍ତି କୋର୍ଟ ।  ଏହା ସହ ଜରିମାନା ଅନାଦେୟ ଦୁଇ ମାସ ଜେଲ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ବିଶ୍ୱାଳଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି  ।  ୨୦୨୧ମସିହା ସେପ୍ଟେମ୍ବର ୧୬ ତାରିଖ ରାତି ୮ଟାରେ ପ୍ରଧାନପାଲି ଗୋଲାମାଲ ଅଞ୍ଚଳରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିଲା ।

ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ପ୍ରକାଶଙ୍କୁ ନିର୍ମମ ହତ୍ୟା କରାଯାଇଥିଲା ।  ବଜାରରୁ ଫେରୁଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ସଂଘବଦ୍ଧ ଭାବେ ଲୁହା ପାଇପ୍, ଭୁଜାଲି ଓ କୁରାଢ଼ି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।  ଏଥିରେ ପ୍ରକାଶ ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା ।  ୩୭ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୩ ଜଣଙ୍କ ବୟାନ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଆଧାରରେ ତଦନ୍ତ ସାରି ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।  କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପ୍ରକାଶଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *