ସମ୍ବଲପୁର: ସମ୍ବଲପୁର ଜେଲରେ ରେଡ୍ । ସମ୍ବଲପୁର ମଣ୍ଡଳ କାରାଗାରରେ ବଡ଼ ଧରଣର ରେଡ୍ । ଆଜି ସକାଳୁ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯାଇଛି । ଜେଲ୍ ଭିତରେ ବିଭିନ୍ନ ବେଆଇନ କାରବାର ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ରେଡ୍ କରାଯାଇଥିଲା ।
ଅଚାନକ ଚଢ଼ାଉରେ ତିନିଜଣ ଅତିରିକ୍ତ ଏସପି, ଜଣେ ଏସଡିପିଓ ଏବଂ ୫ଟି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ବଳ ସାମିଲ ଥିଲେ । ଜେଲର ପ୍ରତ୍ୟେକ କୋଣ ଅନୁକୋଣରେ ତଲାସି କରିଛନ୍ତି । ବିଶେଷ କରି କଏଦୀମାନଙ୍କ ପାଖକୁ ନିଷିଦ୍ଧ ସାମଗ୍ରୀ କିମ୍ବା ମାଦକ ଦ୍ରବ୍ୟ ଯାଉଛି କି ନାହିଁ ସେ ନେଇ ଯାଞ୍ଚ କରାଯାଇଛି ।
ଜେଲ ଭିତରେ ଥିବା ୧୮ ଟି ସେଲ ରେ ଯାଞ୍ଚ କରିଥିଲା। ତେବେ ଯାଞ୍ଚ ସମୟରେ ଜେଲ ଭିତରୁ କୌଣସି ଆପତ୍ତି ଜନକ ସାମଗ୍ରୀ ମିଳିନଥିଲା ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସେହିପରି ରେଢାଖୋଲ ଉପକାରାଗାରରେ ବଡ଼ ଧରଣର ଚଢ଼ାଉ ହୋଇଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିଲା । ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ହୋଇଥିଲା । ଡେରାବିଶ ଛତାଛକ ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଥଇଲେ । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ ହୋଇଥଇଲା । ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଅଫିସ ଓ ପୈତୃକ ଘର ସମେତ ୭ ଟି ସ୍ଥାନରେ ରେଡ୍ ଚାଲିଥିଲା ।