ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି | ମୁତ ଶିଶୁ ଦୁଇ ଜଣ ସମ୍ପର୍କୀୟ ଭଉଣୀ | ସୂଚନା ଅନୁଯାୟୀ ଦାମାପାଳା ଗ୍ରାମର ମାନସୀ ହରିଜନ (୦୮) ଓ ପକନାଗୁଡା ଗ୍ରାମର ମେଲକା ହରିଜନ (୦୮) ନିଜ ସମ୍ପର୍କୀୟ ମାମୁ ଘରେ ରହି ପାଠ ପଢୁଥିଲେ | ଦୁହେଁ ଆଜି ଗ୍ରାମର ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଘରକୁ ଫେରିଥିଲେ | ଏହା ପରେ ଦୁଇ ସମ୍ପର୍କୀୟ ଭଉଣୀ ଓ ଜଣେ ସାଙ୍ଗ ସହ ତିନି ଜଣ ମିଶି ବାହାରକୁ ଯାଇଥିଲେ |