Spread the love

ଭୁବନେଶ୍ୱର: ଆସ୍ତେ ଆସ୍ତେ ଭୁଶୁଡିଛି ବିଜେଡି ଗଡ଼। ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ। ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର। ଏହା ବିଜେଡିକୁ ବଡ଼ ଝଟ୍‌କା। ଏନେଇ ଅଭିଜିତ ଦାସ କହିଛନ୍ତି, ମୁଁ ଓ ମୋର ପରିବାର ବିଜେପିରେ ସାମିଲ ହେବୁ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସହ ଆଲୋଚନା ସରିଛି ଏବଂ ଖୁବଶୀଘ୍ର ସେ ବିଜେପିରେ ଔପଚାରିକ ଭାବେ ସାମିଲ ହେବେ ବୋଲି କହିଛନ୍ତି। ଅଭିଜିତ କହିଛନ୍ତି, ବିଜେଡି ଆମକୁ ଛାଡିଦେଇଛି। ଗତ କିଛି ବର୍ଷ ଧରି ଦଳ ସହ କୌଣସି ସମ୍ପର୍କ ରହିନାହିଁ।

ବିଜେପିରେ ସାମିଲ ହେବା ନେଇ ନିର୍ବାଚନ ସମୟରେ ନିଷ୍ପତ୍ତି ନେଇପାରିନଥିଲେ, କିନ୍ତୁ ଏବେ ବିଜେପିରେ ମିଶିବାକୁ ପୁରା ପରିବାର ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି। ପ୍ରାୟ ଦୁଇ ବର୍ଷ ହେଲା ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା କହିଛନ୍ତି। ଭୋଗରାଇର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ। ତେବେ ଏହି ଘୋଷଣା ପରେ ଭୋଗରାଇ ଓ ବାଲେଶ୍ୱର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *