Spread the love

ଭୁବନେଶ୍ବର: ନୂଆ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଯେ ପୌର ଏବଂ ଏନ୍‌ଏସି ନିର୍ବାଚନ  ବାଲଟ୍‌ ପେପରରେ କରିବାକୁ ଦାବି କରିଛନ୍ତି। ଏହି ନିର୍ବାଚନ ବାଲଟ୍‌ ପେପରରେ କରିବାକୁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଗଣମାଧ୍ୟମକୁ ଭକ୍ତ କହିଛନ୍ତି। ଇଭିଏମ୍‌ରେ ଭୋଟ ଚୋରି ହେଉଛି, ଏନେଇ ନିର୍ବାଚନ ବାଲଟ୍‌ରେ କରିବାକୁ ଦାବି ଉଠାଉଛୁ । ଆମେ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ଅଛୁ।

ରାଜ୍ୟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି)ର ନିର୍ବାଚନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।

Leave a Reply

Your email address will not be published. Required fields are marked *