Month: January 2026

ସ୍କୁଟିକୁ ଧକ୍କା ଦେଲା ବସ, ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ

ବ୍ରହ୍ମପୁର : ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ । ସ୍କୁଟିରେ ବ୍ରହ୍ମପୁର ଆଡକୁ ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ ସମ୍ମୁଖରୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ସହକର୍ମୀଙ୍କ ମୃତ୍ୟୁ ହୋଇଛି । ସଦର…

୯୫୨ କୋଟି ବ୍ୟୟରେ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର, କମିବ ଟ୍ରାଫିକ ଯନ୍ତ୍ରଣା

ଭୁବନେଶ୍ବର: ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରୁ ହଟିବ ଭିଡ । ଏନେଇ ୯୫୨ କୋଟି ଟଙ୍କାର ଫ୍ଲାଏ ଓଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ…

ଦୁର୍ଘଟଣା ରୋକିବାକୁ ‘୪ E’ ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମ ଇ – ଏଡୁକେସନ୍‌ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି । ଦ୍ବିତୀୟ ଇ- ଏନଫୋର୍ସମେଣ୍ଟ ବା…

ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସା କଲେ ସୋଫିଆ

ଭୁବନେଶ୍ୱର: ଖୋଲା ମଞ୍ଚରେ ବାପା ମହମ୍ମଦ ମୋକିମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୋଫିଆ ଫିର୍ଦ୍ଦୋସ । ମୋକିମ୍‌ ଫାଉଣ୍ଡେସନ ଯୁବ ସମାବେଶରେ ପ୍ରଶଂସା ଯୋଗ ଦେଇ ସୋଫିଆ ବାପାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ…

ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ଜବତ, ୭ ମତ୍ସ୍ୟଜୀବୀ ଗିରଫ

ମହାକାଳପଡ଼ା : ନିଷିଦ୍ଧାଞ୍ଚଳରୁ ମାଛ ଧରା ବୋଟ ସହ ୭ ମତ୍ସ୍ୟଜୀବୀ ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଅଭୟରଣ୍ୟ ଗଭୀର ସମୁଦ୍ରରେ ଏକ କୁଳିଆ ମୁହାଁଣ ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ମାଆ ବlସୁଳେଇ -୨ ନାମକ ବୋଟ ସହ…

ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ପ୍ରସୂତିଙ୍କ ଜୀବନ; ମେଡିକାଲରେ ଉତ୍ତେଜନା

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକ ହେଉଛନ୍ତି ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା । ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର…

ପ୍ରଶ୍ନପତ୍ର ଲିକ ରୋକିବା ପାଇଁ ରାଜ୍ୟର ୨୧୧ ପରୀକ୍ଷା ହବରେ ଲଗାଯିବ AI କ୍ୟାମେରା

ଭୁବନେଶ୍ୱର : ପ୍ରଶ୍ନପତ୍ର ଲିକ ରୋକିବ AI କ୍ୟାମେରା ! ଉଭୟ ପରୀକ୍ଷାର୍ଥୀ ଓ ପର୍ଯ୍ୟବେକ୍ଷକ ଉପରେ ନଜର ରଖିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯୁକ୍ତ ଦୁଇ ପରୀକ୍ଷାର ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା କଲେ ପୂରଣ କଲେ ଝିଅ

ନବରଙ୍ଗପୁର: ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଶ୍ମଶାନରେ ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ଝିଅ ସ୍ବାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ…

ସଡକ ଦୁର୍ଘଟଣାରେ ଚାଲିଗଲା ୨ ଭାଇଙ୍କ ଜୀବନ

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମୋଡା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୁନା କିମ୍ବାକା ଏବଂ କୃଷ୍ଣ କିମ୍ବାକା ବୋଲି…

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିଲେ ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର: ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଛାଡିବା ବେଳେ ଏକ ପୋଷ୍ଟରେ ଲେଖିଛନ୍ତି, “ପ୍ଲାଟଫର୍ମରେ ମୋର ଉପସ୍ଥିତି…