Month: February 2025

କଂଗ୍ରେସରେ ଯୋଗ ଦେଇପାରନ୍ତି ସଞ୍ଜୟ ରାଉତ: ନିତେଶ ରାଣେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଜେପି ବିଧାୟକ ନିତେଶ ରାଣେ ଆଜି ଦାବି କରିଛନ୍ତି ଯେ ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଦିଲ୍ଲୀରେ କଂଗ୍ରେସ ନେତାମାନଙ୍କ ସହ ବୈଠକ କରୁଛନ୍ତି। ସେ କଂଗ୍ରେସରେ ଯୋଗଦେବା ପାଇଁ ତାଙ୍କୁ ଭେଟିଛନ୍ତି। ନିତେଶ ରାଣେ…

ବିଶ୍ବବିଦ୍ୟାଳୟର ରେଟିଂ ବଢାଇବାକୁ ଲାଞ୍ଚ ଅଭିଯୋଗ; ୧୦ ଜଣଙ୍କୁ ଗିରଫ କଲା ସିବିଆଇ

ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ…

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ, ୫ ମୃତ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରେ ପୁଣିଥରେ ଆତଙ୍କୀ ଆକ୍ରମଣ ହୋଇଛି । ଖୈବର ପଖତୁନଖ୍ବାରେ ଆତଙ୍କବାଦୀ ଅର୍ଦ୍ଧସୈନିକ ବଳ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଘଟଣାରେ ୪ ଜଣ ଯବାନଙ୍କ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ…

ଲୋକଙ୍କ ପାଖରେ ଅଲୋଡ଼ା ହୋଇନି – ପ୍ରଭାତ ତ୍ରିପାଠୀ

ବିଜେଡିର ବରିଷ୍ଠ ନେତା ଆଜି ପ୍ରକାରାନ୍ତରେ ବିଜେଡିକୁ ସମାଲୋଚନା କରିଛନ୍ତି। ଆଜି ଏକ ଉତ୍ସବରେ ଅନେକ ଦଳୀୟ ନେତାଙ୍କ ସହ ଏକାଠି ହେବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ସେ ବୟସ ଦୃଷ୍ଟିରୁ ବିଜେଡିର ସଦସ୍ୟତା ନବୀକରଣ କରିନାହାନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର…

୨୧ ଦିନରେ ବୁଡ଼ ପକାଇଲେଣି ୩୪ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲୁଥିବା ଦିବ୍ୟ ମହାକୁମ୍ଭର ଆଜି ୨୧ ତମ ଦିନ। ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ୭୨.୩୬ ଲକ୍ଷ ଭକ୍ତ ସଙ୍ଗମରେ ବୁଡ଼ ପକାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୪.୩୩ କୋଟିରୁ ଅଧିକ ଭକ୍ତ ପବିତ୍ର ବୁଡ଼ ପକାଇଛନ୍ତି। ମହାକୁମ୍ଭ ୧୩…

ଫେବ୍ରୁଆରୀ ୮ରେ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା

ଭୁବନେଶ୍ଵର: ବଡ ଖବର । ଫେବ୍ରୁଆରୀ ୮ରେ ମିଳିବ ପ୍ରଥମ କିସ୍ତି ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଯାଜପୁରରେ ‘ସୁଭଦ୍ରା’ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ କରାଯିବ । ଏହାର ଏକ ମାସ ପରେ ଅର୍ଥାତ୍ ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର…

କେନ୍ଦ୍ର ଟିକସରୁ ଓଡ଼ିଶାକୁ ମିଳିବ ୬୪୪୦୮କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

୨୦୨୫-୨୬ କେନ୍ଦ୍ର ବଜେଟକୁ ଏକ ଐତିହାସିକ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ସମାଜର ସବୁ ବର୍ଗଙ୍କ ପାଇଁ ଏଥିରେ କିଛିନା କିଛି ଭଲଖବର ରହିଛି ବୋଲି କହିଛନ୍ତି । କେନ୍ଦ୍ର ଟିକସ ବାବଦରେ ଓଡ଼ିଶା ୨୦୨୫-୨୬…

ଆମେରିକା ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ: କାନାଡା-ଚୀନ୍-ମେକ୍ସିକୋ ଏକଜୁଟ

ୱାଶିଂଟନ/ଅଟୱା: ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୁଦ୍ଧରେ ଅଧିକ ଶୁଳ୍କ ଲାଗୁ କରିବା ପରେ ଏକ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା…

ଖାଇବାକୁ ଦେବାରେ ବିଳମ୍ବ କରିବାରୁ ୱେଟରଙ୍କୁ ମାଡ଼ !

ଭୁବନେଶ୍ଵର: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ନିର୍ଦ୍ଧୁମ ଛେଚିଲେ ୨ ଯୁବକ । ଭରତପୁର ଥାନା ଘାଟିକିଆ ନାକା ଗେଟ ନିକଟ ହୋଟେଲରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଏନେଇ ଥାନାରେ ଅଭିଯୋଗ କରିଥିଲେ ହୋଟେଲ ମାଲିକ ।…

ବରିଷ୍ଠ ଆଇନଜୀବୀଙ୍କ ଉପରେ ଏସିଡ୍ ମାଡ଼: ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଜଙ୍ଗମସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ପି.ରାମାରାଓଙ୍କ ଉପରେ ଏସିଡ୍ ମାଡ଼ କରିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡିର ଡାକାଜୁ ଭେଙ୍କେଟ ରାଓ ଏବଂ…