Month: June 2024

ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବୁ ନାହିଁ, କିନ୍ତୁ ଏନଡିଏ ସହ ରହିବୁ : ଅଜିତ ପାଓ୍ବାର

ମୁମ୍ବାଇ: ଏନସିପି ଅଜିତ ପାୱାର ଗୋଷ୍ଠୀକୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିନାହିଁ । ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିିଥିବାବେଳେ ଏକ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆମକୁ…

ଅପରିବର୍ତ୍ତିତ ରହିଲା ଅଶ୍ୱିନୀ, ଧର୍ମେନ୍ଦ୍ର ଓ ଜୁଏଲଙ୍କ ମନ୍ତ୍ରାଳୟ

ଭୁବନେଶ୍ୱର: ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରିମଣ୍ଡଳର ହୋଇଛି ବିଭାଗ ବଣ୍ଟନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି |…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ…

ପରାଜୟ ନେଇ ବିତର୍କ: ନିଜ ଲୋକେ ପିଠିରେ ଛୁରୀ ଭୁସିଲେ, ବିଜେପିର ୧୨ରୁ ଅଧିକ ପ୍ରାର୍ଥୀ ରିପୋର୍ଟରେ ହାରିବାର କାରଣ ଦର୍ଶାଇଲେ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ତୃତୀୟ ପାଳି ଆରମ୍ଭ କରିଛନ୍ତି। ତେବେ ବହୁ ଆସନରେ ପରାଜୟକୁ ନେଇ ବିଜେପି ପକ୍ଷରୁ କାରଣ ଖୋଜା ଚାଲିଛି। ବିଜେପିର ୧୨ ରୁ ଅଧିକ ପ୍ରାର୍ଥୀ ରିପୋର୍ଟରେ…

ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା…

ଯେତେ ଶୀଘ୍ର ଜଣେ ଉପରକୁ ଉଠିବ, ସେତେଶୀଘ୍ର ଖସିବ: ଅମର ଶତପଥୀ

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ନେତାଙ୍କ ବିରୋଧ ଥମିବାର ନାମ ନେଉନାହିଁ | ବିଜେଡିର ପରାଜୟ ପରେ ଏବେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ପାଣ୍ଡିଆନ କେବେ ରାଜନୀତିରେ ନଥିଲେ। ହଠାତ୍…

ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ: ନିର୍ମାଣ ହେବ ଆଉ ୩ କୋଟି ଘର

ନୂଆଦିଲ୍ଲୀ : ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ୍‌ରେ ହୋଇଛି ବଡ଼ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ଆଉ ୩ କୋଟି ଘର ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ…

ପାଣି ପାଇଁ ଗରା, ବାଲଟି ରଖି ରାସ୍ତାରୋକ

କନ୍ଧମାଳ : ପିଇବା ପାଣି ପାଇଁ ଡହଳ ବିକଳ ଲୋକେ। ବାରମ୍ବାର ଅଭିଯୋଗ କରିବା ପରେ ପ୍ରଶାସନ ନଶୁଣିବାରୁ ରାସ୍ତା ଅବରୋଧ କଲେ ଗାଁର ଶତାଧିକ ମହିଳା ଓ ପୁରୁଷ। କନ୍ଦମାଳ ଜିଲ୍ଳା ଗୁଦାରୀ ପଞ୍ଚାୟତର ମଳଗୁଦାରୀ ଗାଁରେ ଆଜି ଦେଖିବାକୁ…

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ପିଲା ଜଳେଶ୍ୱରରୁ ଉଦ୍ଧାର

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପିଲା ଜଳେଶ୍ୱରରୁ ଉଦ୍ଧାର ହୋଇଛି। ଆଉ ଧରା ପଡ଼ିଛି ପିଲା ଚୁରୋଣୀ। ଏହି ମାମଲାରେ ପୁଲିସ୍‌ ଜଣେ ଆଶା କର୍ମୀ ଓ ପିଲା ଚୋରି କରିଥିବା ମହିଳାଙ୍କୁ ଅଟକ ରଖି…

ବଡ଼ଦାଣ୍ଡରୁ ହଟିଲା AC ଟନେଲ୍‌, ଖୋଲିଲା ବ୍ୟାରିକେଡ୍‌

ପୁରୀ : ଜୁନ ୨୨ ତାରିଖରେ ପଡ଼ୁଛି ଦେବସ୍ନାନ ପୂର୍ଣ୍ଣିମା। ଆଉ ଜୁଲାଇ ୭ ତାରିଖ ପଡ଼ିବ ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ପୁରୀ ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ଟନେଲ୍‌ ସେଡକୁ ହଟା ଯାଉଛି। ଏଥିରେ ଲାଗିଥିବା ଏୟାରକଣ୍ଡିସନ୍‌ ମେସିନକୁ ଖୋଲାଯାଇଛି।…