Month: March 2024

ଆଜିଠୁ ଯୁକ୍ତ ୨ ଖାତା ଦେଖା, ଉଭୟ ଅନଲାଇନ ଓ ଅଫଲାଇନରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ଖାତାଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ ଲାଇନ୍‌ ଓ ଅନଲାଇନରେ ମୂଲ୍ୟାୟନ ହେବ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଆଜିଠୁ ଅର୍ଥାତ୍…

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ତେବେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହା ବିରୋଧରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ…

ଦାମୋଦର ରାଉତ ଗୁରୁତର, ହୃଦଘାତ ପରେ ଗୁରୁତର ହୋଇଥିବାର ସୂଚନା ଦେଲେ ପୁଅ

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି | ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି | ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବାର ସମ୍ବିତ ସୂଚନା ଦେଇଛନ୍ତି…

୨୦ ଲକ୍ଷ ଏନ୍‌ପିଏସ୍ ଟଙ୍କା ହଡ଼ପ କରି ଦାରିଙ୍ଗବାଡ଼ି ବିଇଓ ଗିରଫ

ଦାରିଙ୍ଗବାଡି : ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ। ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ହଡ଼ପ ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ । ବିଇଓ ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଥିବା…

ବ୍ରହ୍ମପୁର, ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କଲେ ବିଜେଡି ସଭାପତି

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସରେ ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି। ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ…

ମନ୍ତ୍ରୀ ଢୋଲକିଆଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି

ନୂଆପଡ଼ା : ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ କିଏ ହେବେ ବିଜେଡି ପ୍ରାର୍ଥୀ? ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନା ଆଉ କିଏ? ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ହେଲେ ତା’ପୂର୍ବରୁ ଦମ୍‌ ଦେଖାଇବାରେ ବିଜେଡିର ଦୁଇ ଗୋଷ୍ଠୀ। ନୂଆପଡ଼ା ବିଧାୟକ…

କଟକଣା ଲାଗୁ କଲା ଭିସୁଟ; ସର୍ଟ ଡ୍ରେସ୍‌ ପିନ୍ଧି ଏଣ୍ଟ୍ରି ମନା

ସମ୍ବଲପୁର : ଆପତ୍ତିଜନକ ପୋଷାକ ପରିଧାନ କରି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା l ଛାତ୍ରଛାତ୍ରୀମାନେ ଆଗାମୀ ଟେକ୍ନୋ- କଲଚରାଲ ଫେଷ୍ଟିଭାଲ ୨୦୨୪ରେ ପାରମ୍ପରିକ ପୋଷାକ ପରିଧାନ କରି ସାମିଲ ହେବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ…

ଗଭୀରଜଳରେ ସମସ୍ୟାର ସମାଧାନ କରିବ ରୋବଟ୍‌: ଏନ୍‌ଆଇଟି ଷ୍ଟାର୍ଟଅପ୍‌ ‘କୋରାସିଆ ଟୋକ୍ନୋଲୋଜି’ର କୃତିତ୍ବ

ରାଉରକେଲା: ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍‌ଆଇଟିର ଷ୍ଟାର୍ଟ‌୍ଅପ୍‌ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ…

ପୁରୀ ଲୋକସଭା ଓ ବିଧାନସଭା ଅଙ୍କ ଛିଣ୍ଡୁନି ! ମହାପ୍ରଭୁଙ୍କ ଶରଣ ପଶିଲେ ବିଜେଡ଼ି ନେତା !!

ପୁରୀ : ବିଜେଡି ଅଙ୍କ ଛିଡ଼ି ପାରୁନି! ତେଣୁ ମହାପ୍ରଭୁଙ୍କ ଶରଣ ପଶିଲେ ବିଜେଡି ନେତା। ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବିଧାୟକ, ପୂର୍ବତନ ବିଧାୟକ, ଆଶାୟୀ ଓ ଜିଲ୍ଲାର ବରିଷ୍ଠ ବିଜେଡି କର୍ମକର୍ତ୍ତାମାନେ ମହାପ୍ରଭୁଙ୍କୁ ଦର୍ଶନ କରି ମନର କଥା କହିଛନ୍ତି।…