Month: December 2023

୪୧୬୬ ମାଧ୍ୟମିକ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି, ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ…

କେନ୍ଦ୍ରାପଡା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତରେ ୨ଟି ପାଣି ଟାଙ୍କି ସ୍ଥାପନ କରାଯିବ।…

ମନ୍ଦିର ପାହାଚରୁ ଶିଶୁକନ୍ୟା ଉଦ୍ଧାର

ସମ୍ବଲପୁର : ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । ତେବେ…

ବାପା ରଚିଥିଲା ପୁଅ ଅପହରଣ ନାଟକ

ଭୁବନେଶ୍ୱର : ବାପାକୁ ଭଲ ଲାଗୁନଥିଲା ସ୍ତ୍ରୀ । ନିଜ ଠୁ ଦୂରେଇ ଦେବାକୁ ଚାହୁଁଥିଲା । ସେଇଥିପାଇଁ ସ୍ତ୍ରୀ ରାଗ ସୁଝାଇଲା ପୁଅ ଉପରେ । ଏ କେମିତିକା ବାପା । ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ନିଜେ ନିଜ…

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ, ପୀଡିତାକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ

କଟକ : ଜନୈକା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ପାକୂଲ ସମତ ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀକୁ ୨୦ ବର୍ଷର ସଶ୍ରମ…

କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ତାଙ୍କ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‍ବୁଧବାର ଏହି ଘୋଷଣା କରାଯାଇଛି। କେନ୍ଦ୍ର ସାହିତ୍ୟ…

ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତରଣ: ୧୫ କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର। ମନ୍ଦିର ମାଳିନୀ ଭୁବନେଶ୍ବରର ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥରେ…

ସକାଳ ଚା’ ଦେବାରେ ବିଳମ୍ବ କଲେ ସ୍ତ୍ରୀ, ଖଣ୍ଡାରେ ମୁଣ୍ଡଗଣ୍ଡି ଅଲଗା କରି ଦେଲେ ସ୍ୱାମୀ

ସକାଳ ଚା’ ଦେବାରେ ସ୍ତ୍ରୀ ବିଳମ୍ବ କରିବାରୁ ସ୍ୱାମୀ ତାଙ୍କୁ ଖଣ୍ଡାରେ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଗାଜିଆବାଦର ଭୋଜପୁର ଗାଁରେ। ମୃତ ମହିଳାଙ୍କ ନାଁ ସୁନ୍ଦରୀ (୫୦)। ତାଙ୍କ ସ୍ୱାମୀଙ୍କ…

ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣା: ବନ୍ଧା ହେଲେ ୨ ଅଭିଯୁକ୍ତ, ୫୧୨ ଗ୍ରାମ୍‌ ଅଳଙ୍କାର ଜବତ

ରାଉରକେଲା: ଗତ ୧୫ ତାରିଖରେ ଉଦିତନଗର ଥାନା ବାସନ୍ତୀ କଲୋନିର ମାଲଗୋଦାମ କାଳୀମନ୍ଦିର ନିକଟରେ ଲୁଟ୍‌ କରିଥିବା ଲୁଟେରାମାନେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ବାସନ୍ତୀ କଲୋନିର ଏଫ୍‌ସିଇ/୧୩୨ ନିବାସୀ ଉମାନାଥ ପ୍ରସାଦଙ୍କ ଦୁଇ ପୁଅ…